ହାଇଦ୍ରାବାଦ: ଆସନ୍ତା 16ରୁ ଦେଶରେ ଆରମ୍ଭ ହେବାକୁ ଯାଉଛି କୋରୋନା ଭ୍ୟାକ୍ସିନ ଟୀକାକରଣ । ଏ ନେଇ ସରକାର ଲାଗିପଡିଥିବା ବେଳେ ସେରମ ଇଷ୍ଟିଚ୍ୟୁଟକୁ ଏହା କୋଭିକସିଲ୍ଡ ଟିକା ପାଇଁ 1.1 କୋଟି ଟିକା ଅର୍ଡର ଦିଆ ସରିଛି । ଯାହାର ଦାମ ପ୍ରତି ଡୋଜ ପିଛା 200 ଟଙ୍କା ସ୍ଥିର କରାଯାଇଛି ।
ତେବେ ଏସବୁ ମଧ୍ୟରେ ଆଶ୍ଚର୍ଯ୍ୟଜନକ କଥା କି ସରକାର ଏହା ଉପରେ ପ୍ରାୟ 5 ପ୍ରତିଶତ ହାରରେ ଜିଏସଟି ଟିକସ ଲଗାଇବେ । ଜିଏସଟି ସମେତ ଏହାର ମୂଲ୍ୟ 210 ଟଙ୍କା ହେବାକୁ ଯାଉଛି । ସାରଫ ସତୀଶ ଆଣ୍ଡ କମ୍ପାନୀର ସହଭାଗୀ ତଥା ଜିଏସଟି ବିଶେଷଜ୍ଞ ସତୀଶ ସାରଫ କହିଛନ୍ତି ଯେ ଆଇନ ଅନୁଯାୟୀ ସରକାର ଏବଂ ଟିକା ଉତ୍ପାଦନକାରୀଙ୍କ ମଧ୍ୟରେ ହୋଇଥିବା ଏହି ଚୁକ୍ତିରେ ଜିଏସଟି ଲାଗିବ ।
ସୋମବାର ଦିଆଯାଇଥିବା ଅର୍ଡର ଅନୁଯାୟୀ ପ୍ରତ୍ୟେକ ଟୀକ ଡୋଜର ଦାମ 200 ଟଙ୍କା ଏବଂ ତା ଉପରେ 10 ଟଙ୍କା ଜିଏସଟି ସମେତ ମୋଟ ମୂଲ୍ୟ 210 ଟଙ୍କା ହେବ । ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ସାର୍ବଜନୀନ କ୍ଷେତ୍ରର ଏଚ୍.ଏଲ୍.ଏଲ୍ ଲାଇଫ୍ କେୟାର ଲିମିଟେଡ୍ ଟୀକା ଯୋଗାଣ ପାଇଁ ଅର୍ଡର ଦେଇଛନ୍ତି ।
ତଥ୍ୟ ଅନୁସାରେ କୋଭିଶିଳ୍ଡର 1.1 କୋଟି ଡୋଜର ପ୍ରଥର ଅର୍ଡର ଖର୍ଚ୍ଚ 231 କୋଟି ଟଙ୍କା ରହିଥିଲା ବେଳେ ଭବିଷ୍ୟତରେ ମିଳିବାକୁ ଥିବା 4.5 କୋଟି ଡୋଜ ସମେତ ମୋଟ ଦାମ ବର୍ତ୍ତମାନ ଦରରେ ପ୍ରାୟ 1,176 କୋଟି ଟଙ୍କା ରହିବ । ଏଭଳି ଭାବେ ପ୍ରଥମ 5.6 କୋଟି ଡୋଜର ଦାମ ପ୍ରାୟ 1400 କୋଟି ଟଙ୍କା ହେବ ।
ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII)କୁ ସରକାରୀ ଓ ନିୟମାକ ବ୍ୟାପାର ଅତିରିକ୍ତ ନିର୍ଦ୍ଦେଶକ ପ୍ରକାଶ କୁମାର ସିଂ ଏବଂ ଉପାଧ୍ୟକ (ସରକାରୀ ବ୍ୟାପାର) ଆର.ଏସ୍ ମାନକୁ ଏକ ଚିଠିରେ କହିଛନ୍ତି ଯେ ‘‘ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପିଭି ଲିମିଟେଡରୁ 2021 ଏପ୍ରିଲ୍ ପର୍ଯ୍ୟନ୍ତ 4.5 କୋଟି ଅଧିକ ଡୋଜ କିଣିବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି ବା ଚୁକ୍ତି ହୋଇଛି । ଯାହାର ମୂଲ୍ୟ ପ୍ରତି ଡୋଜ ପିଛା 200 ଟଙ୍କା ହେବ ଏବଂଏହା ଉପରେ ଜିଏସଟି ଲାଗିବ । ’’