ETV Bharat / business

କେଉଁଟି ସର୍ବୋତ୍କୃଷ୍ଟ ସ୍ବାସ୍ଥ୍ୟ ବୀମା ପ୍ଲାନ ? ଜାଣନ୍ତୁ କିପରି ହେବେ ଲାଭବାନ - ସୁପର ଟପ୍-ଅପ୍ ସ୍ବାସ୍ଥ୍ୟ ବୀମା

ଟପ୍-ଅପ୍ ଏବଂ ସୁପର ଟପ୍-ଅପ୍ ସ୍ବାସ୍ଥ୍ୟ ବୀମା ଯୋଜନାଗୁଡିକ ଏକ ବିଦ୍ୟମାନ ସ୍ବାସ୍ଥ୍ୟ(Existing Policy) ବୀମା ପଲିସି ସହିତ ଆମକୁ ଅତିରିକ୍ତ ଚିକିତ୍ସା କଭରେଜ୍ ପ୍ରଦାନ କରିଥାଏ । ଏହି ଟପ୍-ଅପ୍ ନୀତିଗୁଡିକ ସ୍ବାସ୍ଥ୍ୟ ବୀମାର ଏକ ବିସ୍ତାର ପରି । ଅର୍ଥାତ୍‌ ଆମେ ଆମର ବିଦ୍ୟମାନ ପଲିସି ଉପରେ ସର୍ବାଧିକ ଅର୍ଥ ବ୍ୟବହାର କରିସାରିବା ପରେ ମଧ୍ୟ ଏହି ନୀତି ଅନୁସାରେ ଆଉ ଅର୍ଥ ବ୍ୟବହାର କରିପାରିବା । ଅଧିକ ପଢନ୍ତୁ

କେଉଁଟି ସର୍ବୋତ୍କୃଷ୍ଟ ସ୍ବାସ୍ଥ୍ୟ ବୀମା ପ୍ଲାନ ? ଜାଣନ୍ତୁ କିପରି ହେବେ ଲାଭବାନ

author img

By

Published : Dec 31, 2021, 7:22 AM IST

ହାଇଦ୍ରାବାଦ: 'ସ୍ବାସ୍ଥ୍ୟ ହିଁ ସମ୍ପଦ' । କିନ୍ତୁ ରୋଗାଗ୍ରସ୍ତ ହେବା ପରେ ଆମେ ଏହି ଉକ୍ତିକୁ ବୁଝିଥାଉ । ଅସୁସ୍ଥ ହେଲେ ଅନେକ ଲୋକେ ଘରୋଇ ହସ୍ପିଟାଲରେ ବିପୁଳ ମାତ୍ରାରେ ଖର୍ଚ୍ଚ କରି ସୁସ୍ଥ ହୋଇଥାନ୍ତି । କିନ୍ତୁ ମଧ୍ୟବିତ୍ତ ବା ଗରିବ ଶ୍ରେଣୀର ଲୋକେ ଅର୍ଥ ସଞ୍ଚୟ ବା କୌଣସି ସ୍ବାସ୍ଥ୍ୟ ବୀମା କରିନଥିଲେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏଥିଲାଗି ସମୟ ଥାଉ ଥାଉ ସ୍ବାସ୍ଥ୍ୟ ବୀମା କରିନେବା ଆବଶ୍ୟକ । ତେବେ ସ୍ବାସ୍ଥ୍ୟ ବୀମା ସମ୍ପର୍କରେ ଚିନ୍ତା କଲେ ଆମକୁ ପ୍ରଥମେ ସର୍ବୋତ୍କୃଷ୍ଟ ସ୍ବାସ୍ଥ୍ୟ ବୀମା ସମ୍ପର୍କରେ ଜାଣିବା ଦରକାର । ଏହାସହିତ କେଉଁ ସ୍ବାସ୍ଥ୍ୟ ବୀମାରୁ ଆମେ କିପରି ଲାଭବାନ ହୋଇପାରିବା ସେ ସମ୍ପର୍କରେ ତଥ୍ୟ ହାସଲ କରିବା ଉଚିତ ।

କୋରୋନା ମହାମାରୀରେ କିଛି ମାତ୍ରାରେ ସୁଧାର ଆସିବା ପରେ ଏବେ ବିଶ୍ବବାସୀଙ୍କ ଚିନ୍ତାର କାରଣ ପାଲଟିଛି ନୂଆ ଭାଇରସ ଓମିକ୍ରନ । ସ୍ଥିତି ବିଗିଡ଼ିବା ପୂର୍ବରୁ ଆମକୁ ଆଗୁଆ ସାବଧାନ ହୋଇ ସ୍ବାସ୍ଥ୍ୟ ବୀମା କରାଇନେବା ଦରକାର । ତେବେ ଏଠାରେ କଥା ଆସୁଛି ବର୍ତ୍ତମାନର ସ୍ଥିତି ସହିତ ଭବିଷ୍ୟତର ସ୍ଥିତି ମୁକାବିଲା ପାଇଁ କେଉଁଟି ସର୍ବୋତ୍କୃଷ୍ଟ ସ୍ବାସ୍ଥ୍ୟ ବୀମା(Top-Up policy) । ସର୍ବଦା ବଢୁଥିବା ଚିକିତ୍ସା ଖର୍ଚ୍ଚର ଆର୍ଥିକ ବୋଝକୁ ଏଡାଇବା ପାଇଁ ଏହି ଟପ୍-ଅପ୍ ବୀମାଗୁଡ଼ିକ ସହାୟ ହୋଇଥାଏ ।

ଅଧିକ ଅର୍ଥ ପାଇଁ ଏକ ନୂଆ ପଲିସି ଆପଣେଇବା ଅପେକ୍ଷା ପୁରୁଣା ପଲିସିରେ ଲୋୟର ପ୍ରିମିୟମ ସହିତ ଟପ୍‌-ଅପ୍‌ ନୀତି ସାମିଲ ହୋଇପାରିବ । ସମାନ ମୂଲ୍ୟ ସହିତ ଏକ ସମ୍ପୂର୍ଣ୍ଣ ବୀମା ପଲିସି ଗ୍ରହଣ କଲେ ପ୍ରିମିୟମ ମୂଲ୍ୟ 30 ରୁ 40 ପ୍ରତିଶତ ହ୍ରାସ ପାଇବ । ଉଦାହରଣ ସ୍ବରୂପ ଆମେ ୧୦ ଲକ୍ଷ ଟଙ୍କାର ଏକ ଟପ୍‌-ଅପ୍‌ ପଲିସି ଗ୍ରହଣ କଲେ । ମନେକର ଏଥିପାଇଁ ବାଧ୍ୟତାମୂଳକ ଛାଡ 5 ଲକ୍ଷ ଟଙ୍କା ସ୍ଥିର କରାଯାଇଛି । ହସ୍ପିଟାଲରେ ୫ ଲକ୍ଷରୁ ଅଧିକ ଖର୍ଚ୍ଚ ହେଲା । ଏହି ଅଧିକ ଅର୍ଥକୁ ଟପ୍‌-ଅପ୍‌ ପଲିସି ଭରଣ କରିଥାଏ ।

ସୁପର ଟପ୍-ଅପ୍ ନୀତି ସାମାନ୍ୟ ଭିନ୍ନ ହୋଇଥାଏ । ଯଦି ଚିକିତ୍ସା ଖର୍ଚ୍ଚ ୧ ବର୍ଷର ସୀମା ଅତିକ୍ରମ କରେ ତେବେ ଏଠାରେ କମ୍ପାନୀ କ୍ଷତିପୂରଣ ପ୍ରଦାନ କରେ । ଉଦାହରଣ ସ୍ବରୂପ, ଧରାଯାଉ ଜଣେ ବ୍ୟକ୍ତିଙ୍କର 5 ଲକ୍ଷ ଟଙ୍କା ମୌଳିକ ନୀତି ରହିଛି । ଡାକ୍ତରଖାନାରେ ଚିକିତ୍ସା ସମୟରେ ପ୍ରଥମେ ୨ ଲକ୍ଷ, ପରବର୍ତ୍ତୀ ସମୟରେ ୪ ଲକ୍ଷ ଓ ଏକ ବର୍ଷରେ ଖର୍ଚ୍ଚ ୫ ଲକ୍ଷ ଟଙ୍କା ଅତିକ୍ରମ କଲା । ଏଠାରେ ସୁପର ଟପ୍-ଅପ୍ ପଲିସି କ୍ଷତିପୂରଣ ହିସାବରେ 1 ଲକ୍ଷ ଟଙ୍କା ପ୍ରଦାନ କରିଥାଏ ।

ସର୍ବୋତ୍କୃଷ୍ଟ ସ୍ବାସ୍ଥ୍ୟ ବୀମା ପଲିସି(Health Insurance Top-Up policy):-

ଟପ୍‌-ଅପ୍‌ ପଲିସି ଓ ସୁପର ଟପ୍‌-ଅପ୍‌ ପଲିସି ମଧ୍ୟରେ ଚୟନ କରିବା ପୂର୍ବରୁ ପ୍ରଥମେ ଏହାର ନିୟମକୁ ଜାଣିବା ଆବଶ୍ୟକ । କେଉଁ ପଲିସି ନେଲେ କଣ କରିବା ଆବଶ୍ୟକ ଓ କ'ଣ ନୁହେଁ ? କିନ୍ତୁ ମୌଳିକ ପଲିସି(Basic Policy) ପାଇଁ କୌଣସି ଟପ୍‌-ଅପ୍‌ ପଲିସିର ଆବଶ୍ୟକତା ନଥାଏ । ଏହି ପଲିସିକୁ ଆପଣ ନିଜ ଇଚ୍ଛା ମୁତାବକ ଚୟନ କରିପାରିବେ । ଏହି ପଲିସି ବ୍ୟକ୍ତିଗତ, ପରିବାର ଓ ଗ୍ରୁପ ପାଇଁ ରହିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.