ETV Bharat / business

ଭିନ୍ନ ଚିନ୍ତା କର, ନରସିଂହଙ୍କ ପରି କାର୍ଯ୍ୟ କର: ଆନନ୍ଦ ମହିନ୍ଦ୍ରା

ମହିନ୍ଦ୍ରା ଗ୍ରୁପ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ଗୁରୁବାର ମହାକାଶ କ୍ଷେତ୍ରରେ ସରକାରୀ-ବେସରକାରୀ ଭାଗିଦାରୀକୁ ଭଗବାନ ବିଷ୍ଣୁଙ୍କ ଚତୁର୍ଥ ଅବତାର ନରସିଂହଙ୍କ ସହିତ ତୁଳନା କରିଛନ୍ତି । ଏହା ସହ ଭିନ୍ନ ଚିନ୍ତା କରିବା ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Aug 21, 2020, 12:30 AM IST

ଭିନ୍ନ ଚିନ୍ତା କର, ନରସିଂହଙ୍କ ପରି କାର୍ଯ୍ୟ କର: ଆନନ୍ଦ ମହିନ୍ଦ୍ରା
ଭିନ୍ନ ଚିନ୍ତା କର, ନରସିଂହଙ୍କ ପରି କାର୍ଯ୍ୟ କର: ଆନନ୍ଦ ମହିନ୍ଦ୍ରା

ହାଇଦ୍ରାବାଦ: ମହିନ୍ଦ୍ରା ଗ୍ରୁପ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ଗୁରୁବାର ମହାକାଶ କ୍ଷେତ୍ରରେ ସରକାରୀ-ବେସରକାରୀ ଭାଗିଦାରୀକୁ ଭଗବାନ ବିଷ୍ଣୁଙ୍କ ଚତୁର୍ଥ ଅବତାର ନରସିଂହଙ୍କ ସହିତ ତୁଳନା କରିଛନ୍ତି । ଏହା ସହ ଭିନ୍ନ ଚିନ୍ତା କରିବା ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି ।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଦ୍ୱାରା ଆୟୋଜିତ ‘ମହାକାଶ କ୍ଷେତ୍ରରେ ଭାରତର ସାମର୍ଥ୍ୟକୁ ବିକାଶ କରିବା’ଶୀର୍ଷକ ଏକ ୱେବନାରରେ ଆଲୋଚନା ସମୟରେ ସେ ଏହା ପ୍ରକାଶ କରିଛନ୍ତି । ମହିନ୍ଦ୍ରା କହିଛନ୍ତି, ‘ନରସିଂହଙ୍କ ଅବତାରରେ ଅଧା ମଣିଷ, ଅଧା ସିଂହ ଦୁଇଟି ଭିନ୍ନ ଭିନ୍ନ ଅଂଶ ଏକ ଅପ୍ରତ୍ୟାଶିତ ସୃଷ୍ଟି କରିବାରେ ସକ୍ଷମ । ତେଣୁ ଏକ ସରକାରୀ-ବେସରକାରୀ ଭାଗିଦାରୀ ପାଇଁ ଏକ ପରିସ୍ଥିତିକୁ କଳ୍ପନା କରୁଛି ଯାହା ମନୁଷ୍ୟର ଜ୍ଞାନ ଏବଂ ବୁଦ୍ଧି ସହିତ ନିର୍ଭୟରେ କାର୍ଯ୍ୟ କରିଥାଏ ।

ମହିନ୍ଦ୍ରା ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ମହାକାଶ କ୍ଷେତ୍ରରେ ବିଶେଷ କାର୍ଯ୍ୟ କରିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ଏହି କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଥିବା ସେ ଉଲ୍ଲେଖ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.