ETV Bharat / business

ନୂଆ ରୂପରେ ଦେଢ ଲକ୍ଷ ଡାକଘର , ମିଳିବ ହାଇ ଟେକ୍ନୋଲୋଜି ସୁବିଧା - office

ନୂଆ ରୂପରେ ନଜର ଆସିବ 1.5 ଲକ୍ଷ ଡାକଘର। ପୂର୍ବ ଭଳି ନୁହେଁ ନୂଆ ଟେକ୍ନୋଲୋଜି ସାଙ୍ଗକୁ ମିଳିବ ଫାଷ୍ଟ କ୍ଲାସ ସେବା ।

ପ୍ରତିକାତ୍ମକ ଫଟୋ
author img

By

Published : Apr 22, 2019, 1:54 PM IST

Updated : Apr 22, 2019, 4:21 PM IST

ନୂଆଦିଲ୍ଲୀ: ମର୍ଡନାଇଜ ହେବ 1.5 ଲକ୍ଷ ଡାକଘର । ପୂର୍ବ ଭଳି ନୁହେଁ ନୂଆ ଟେକ୍ନୋଲୋଜି ସାଙ୍ଗକୁ ମିଳିବ ଫାଷ୍ଟ କ୍ଲାସ ସେବା । ଏଥିଲାଗି ଅଣ୍ଟା ଭିଡିଛି ଦେଶର ବୃହତ୍ତମ ଆଇଟି କମ୍ପାନୀ ଟାଟା କନଷଲ୍ଟାନ୍ସି ସର୍ବିସେଷ (ଟିସିଏସ) । ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି ।

ଆର୍ଥିକ ସଂଙ୍କଟ ମଧ୍ୟରେ ଗତି କରୁଥିବା ଲକ୍ଷ ଲକ୍ଷ ଡାକ ଘରକୁ ନବୀକରଣ ଲକ୍ଷ୍ୟରେ ଏବେ ଦାୟିତ୍ବ ମୁଣ୍ଡାଇଛି ଟିସିଏସ । ହଟିବ ପୁରୁଣା , ପାରମ୍ପରିକ ନୀତି ନିୟମ । ପ୍ରସ୍ତୁତ ହେବ ଯୁଗୋପଯୋଗୀ ଶୈଳୀ ଓ ସେବା । ଯାହା ଦ୍ବାରା ଗ୍ରାହକ ମଧ୍ଯ ସରକାରଙ୍କ ସୁବିଧା ଓ ସୁଯୋଗର ସଠିକ ଲାଭ ଉଠାଇପାରିବେ ।

ସୂଚନା ମୁତାବକ, 2013ରେ ମୁମ୍ବାଇ ସ୍ଥିତ ଟିସିଏସ ଡାକ ବିଭାଗ ସହିତ 1100 ଟଙ୍କାର ଡିଲ କରିଥିଲା । ଡାକଘର ତାର ଗ୍ରାହକଙ୍କୁ ଆଧୁନିକ ସେବା ପ୍ରଦାନ କରିବାକୁ ଏହି ଚୁକ୍ତି କରିଥିଲା । ଟିସିଏସ ପକ୍ଷରୁ କୁହାଯାଇଛି ଯେ, ଡାକଘର ନବୀକରଣ କାର୍ଯ୍ୟକ୍ରମରେ ଏଣ୍ଟରପ୍ରାଇଜର ରିସୋର୍ସ ପ୍ଲାନିଙ୍ଗ ବ୍ୟବସ୍ଥା ସାମିଲ କରାଯିବ । ଯାହାକି ଆର୍ଥିକ ସୁବିଧା, ବାର୍ତ୍ତା ଆଦାନପ୍ରଦାନ, ମାନବ ସମ୍ବଳ ପରିଚାଳନା, ଆକାଉଣ୍ଟାଣ୍ଟ, ନେଟୱର୍କିଂ ବ୍ୟବସ୍ଥା ଆଦିକୁ ଅଧିକ ମର୍ଜିତ କରିପାରିବ । ପରେ ଭାରତୀୟ ଡାକର ସର୍ବବୃହତ୍ତ ନେଟୱାର୍କ ଇ-ପୋଷ୍ଟାଲ ନେଟୱାର୍କରେ ପରିଣତ କରାଯିବ । ଫଳରେ ଏହା ବିଶ୍ବର ସର୍ବବୃହତ୍ତ ଇ-ପୋଷ୍ଟାଲ ନେଟୱାର୍କରେ ପରିଣତ ହୋଇପାରିବ ।

Intro:Body:

dfs

Conclusion:
Last Updated : Apr 22, 2019, 4:21 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.