ନୂଆଦିଲ୍ଲୀ: ବୁଧବାର ବଜାରରେ ଅଭିବୃଦ୍ଧି ଜାରି। କାରବାର ଆରମ୍ଭରୁ ସେୟାର ବଜାରରେ ଖେଳିଯାଇଛି ଖୁସିର ଲହରୀ । ସେନସେକ୍ସ ଓ ନିଫ୍ଟି ସୂଚକାଙ୍କ ଉପରମୁହାଁ ରହିଛି । ଏପଟେ ପ୍ରଫିଟ ବଢୁଥିବାରୁ ନିବେଶକ ବି ଖୁସ। ମଙ୍ଗଳବାର ସେୟାରବଜାର ସବୁଜ ସଙ୍କେତ ସହ ବନ୍ଦ ହୋଇଥିଲା ।
ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ ସକାଳୁ 246 ପଏଣ୍ଟ ବୃଦ୍ଧି ପାଇ 40,715 ଏବଂ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି ବି 70ପଏଣ୍ଟ ଅଭିବୃଦ୍ଧି ସହ 12,010 ରେ କାରବାର କରୁଛି।
ଗତ କାରବାର ଦିନ ଅର୍ଥାତ ମଙ୍ଗଳବାର ସେନସେକ୍ସ 185.51 ପଏଣ୍ଟ ବୃଦ୍ଧି ପାଇ 40,469.70ରେ ବନ୍ଦ ହୋଇଥିଲା । ସେପଟେ ନିଫ୍ଟି ବି 72.65 ପଏଣ୍ଟ ବଢି 11,957.15ରେ କାରବାର ସାରିଥିଲା।
ସେନସେକ୍ସ ସେୟାରରେ ଇଣ୍ଡସୁଇଣ୍ଡ ବ୍ୟାଙ୍କ ଟପ ଟେନର ରହିଛି। ଏହାବ୍ୟତୀତ ରିଲାଏନ୍ସ, ସନଫାର୍ମା, ମାରୁତି, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଟିସିଏସ, ଟାଟା ଷ୍ଟିଲ, ଭାରତୀୟ ଏୟାରଟେଲ, ଓଏନଜିସି, ଟେକ ମହିନ୍ଦ୍ରା, ଆକ୍ସିସ ବ୍ୟାଙ୍କ, ପାୱର ଗ୍ରିଡ, ବଜାଜ ଫାଇନ୍ସାସ, ଟାଟା ମୋଟର୍ସ ଆଦିର ସେୟାର ବଢିବାରେ ଲାଗିଛି। ସେହିପରି ନିଫ୍ଟିର 50 ସେୟାର ମଧ୍ୟରୁ 33 ସବୁଜ ସଙ୍କେତରେ କାରବାର କରୁଛି । ଯେତେବେଳେ କି 17 ରେଡ ଆଲର୍ଟରେ ରହିଛି।