ETV Bharat / business

21 ଦିନ ଲକଡାଉନ: ଖୋଲା ରହିବ ସେୟାର ବଜାର - market open

ବିଏସଇ ସିଇଓ ଆଶିଷ କୁମାର ଚୌହାନ ଟ୍ବିଟ କରି କହିଛନ୍ତି ଯେ, ଲକଡାଉନ ସମୟରେ ମଧ୍ୟ ବିଏସଇ ଚାଲୁ ରହିବ ।

Stock market to remain open despite 21-day India lockdown
21 ଦିନ ଲକଡାଉନ: ଖୋଲା ରହିବ ସେୟାର ବଜାର
author img

By

Published : Mar 25, 2020, 10:12 AM IST

ନୂଆଦିଲ୍ଲୀ: କୋରୋନା ଭାଇରସ ସଂକ୍ରମଣ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାର ପୂରା ଦେଶରେ ଲକଡାଉନ ଘୋଷଣା କରିଛନ୍ତି । ଆସନ୍ତା 21 ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଏହା ବିଶ୍ବର ସବୁଠୁ ବଡ ଲକଡାଉନ ବୋଲି କୁହାଯାଇଛି । ତେବେ ଏହା ପରେ ବି ବନ୍ଦ ହେବନି ଭାରତୀୟ ସେୟାର ବଜାର ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ କାରବାର ଜାରି ରହିବ । ବିଏସଇ ସିଇଓ ଆଶିଷ କୁମାର ଚୌହାନ ଟ୍ବିଟ କରି କହିଛନ୍ତି ଯେ, ଲକଡାଉନ ସମୟରେ ମଧ୍ୟ ବିଏସଇ ଚାଲୁ ରହିବ ।

ଦେଶରେ କୋରୋନା ଭାଇରସ ସଂକ୍ରମଣ ଭୟରେ ପୁଞ୍ଜିବଜାର ଧରାଶାୟୀ ହୋଇପଡିଛି । କାରବାରରେ କ୍ଷତି ଜାରି ରହଛି । ନିବେଶକଙ୍କ ଲକ୍ଷାଧିକ କୋଟି ଟଙ୍କା ଧୋଇହୋଇଯାଉଛି । ତଥାପି ବଜାର ବନ୍ଦ ନେଇ କୌଣସି ସଙ୍କେତ ଦେଖିବାକୁ ମିଳିନି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.