ନୂଆଦିଲ୍ଲୀ: ଅସ୍ଥିର ସେୟାର ବଜାରରେ ସବୁଜ ସେନସେକ୍ସ । ଗୁରୁବାର କାରବାର ଆରମ୍ଭରୁ ଅଭିବୃଦ୍ଧିର ସଙ୍କେତ । ଉଛୁଳା ସେନସେକ୍ସ ସହ ମଜବୁତ ଷ୍ଟକ ମାର୍କେଟ ।
ଗୁରୁବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 386.4 ପଏଣ୍ଟ ବଢି 38979.92 ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) 50ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 128.2ପଏଣ୍ଟର ଅଭିବୃଦ୍ଧି ହୋଇ 11568.40ରେ କାରବାର କରୁଛି।
ବୁଧବାର ସେନସେକ୍ସ 503.62 ପଏଣ୍ଟ ହ୍ରାସ ସହ 38,593.52 ଓ ନିଫ୍ଟି 148.00 ପଏଣ୍ଟ ଖସି 11,440.20ରେ ବନ୍ଦ ହୋଇଥିଲା।