ETV Bharat / business

ଟ୍ରମ୍ପଙ୍କ ବୟାନରେ ଝୁମିଲା ବଜାର, ମାଲମାଲ ନିବେଶକ

author img

By

Published : Jan 9, 2020, 6:27 PM IST

ଥମିଲା ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସଞ୍ଜମତା ପରେ ବଜାରରେ ବମ୍ପର ବୃଦ୍ଧି । 600 ପଏଣ୍ଟ ଟପିଲା ସେନସେକ୍ସ । ନିଫ୍ଟି ବି 12,200 ପଏଣ୍ଟ ରହିଛି ।

Sensex zooms 635 points; Nifty reclaims 12,200
ଟ୍ରମ୍ପଙ୍କ ବୟାନରେ ଝୁମିଲା ବଜାର, ନାଚିଲେ ନିବେଶକ

ମୁମ୍ବାଇ: ଆମେରିକା-ଇରାନ ଉତ୍ତେଜନା କମିଲା ପରେ ଭାରତୀୟ ସେୟାର ବଜାରରେ ଖୁସିର ଲହରୀ । ଗୁରୁବାର କାରବାର ଆରମ୍ଭରୁ ବଢିଚାଲିଛି ସେନସେକ୍ସ ଓ ନିଫ୍ଟି । ପ୍ରଫିଟ ପାଇ ଝୁମିଲେ ନିବେଶକ ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 634.61 ପଏଣ୍ଟ ବଢି 41,452.35 କାରବାର ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 190.55 ପଏଣ୍ଟ ଅଭିବୃଦ୍ଧି ସହ 12,215.90ରେ ପହଞ୍ଚିଛି ।

ସେନସେକ୍ସ କମ୍ପାନୀରେ ଆଇସିଆଇସିଆଇ ବ୍ୟାଙ୍କର ସେୟାର ସର୍ବାଧିକ 3.80 ପ୍ରତିଶତ ବଢିଛି । ଏସବିଆଇ , ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଇଣ୍ଡସାଇଡ ବ୍ୟାଙ୍କ, ମାରୁତି ସୁଜୁକି, ଏସିଆନ ପେଣ୍ଟସ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜରର ସେୟାର ଅଧିକା ପ୍ରଫିଟ କମାଇଛି । ସେପଟେ ଟିସିଏସ, ଏସସିଏଲ ଟେକ, ଏନଟିପିସି ଓ ସନଫାର୍ମାର ସେୟାର 1.73 ପ୍ରତିଶତ ପର୍ଯ୍ୟନ୍ତ ତଳକୁ ଖସିଛି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଶାନ୍ତି ପାଇଁ ଆଗ୍ରହ କରିଛନ୍ତି । ଇରାନ ବିରୋଧରେ ବ୍ୟବହାର ମିଶାଇଲ ମିଲେଟାରୀ ବ୍ୟବହାର କରିବାକୁ ଚାହୁଁନୁ ବୋଲି ସେ କହିବା ପରେ ଘରୋଇ ନିବେଶ ଆଶ୍ବସ୍ତି ପାଇଛନ୍ତି । ଏପେଟ ଚୀନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆସନ୍ତା ସପ୍ତାହରେ ଉପପ୍ରଧାନମନ୍ତ୍ରୀ ଲିୟୁ ୱାଂସିଟନ ଯିବେ । ଏଥିସହ ପ୍ରଥମ ପର୍ଯ୍ୟାୟ ଓ ଅନ୍ତରୀଣ ବ୍ୟାପର ନେଇ ଦସ୍ତଖତ କରିବେ । ଏହି ଘୋଷଣା ପରେ ବଜାରକୁ ବଳ ମିଳିଛି ।

ସେପଟେ ଅଶୋଧିତ ତୈଳ ଦାମ ମଧ୍ୟ ହ୍ରାସ ପାଇ ବ୍ୟାରେଲ ପିଛା 65.70 ଡଲାର ରହିଛି । ଏଥିସହ ଡଲାର ତୁଳନାରେ ଟଙ୍କା ମଧ୍ୟ ମଜବୁତ ହୋଇଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.