ETV Bharat / business

ଚିତପଟାଙ୍ଗ ପୁଞ୍ଜି ବଜାର, 549 ପଏଣ୍ଟ ଖସିଲା ସେନସେକ୍ସ

author img

By

Published : Jan 15, 2021, 5:04 PM IST

ବୈଶ୍ବିକ ବଜାରରେ ପ୍ରବଳ ହ୍ରାସ ମଧ୍ୟରେ ଘରୋଇ ବଜାର ଧରାଶାୟୀ । ପ୍ରଫିଟ ଧାରା ମଧ୍ୟରେ କାରବାର ସପ୍ତାହର ଶେଷ ଦିନରେ ସେନସେକ୍ସ ଓ ନିଫ୍ଟି ରେକର୍ଡ ହ୍ରାସ ସହ ବନ୍ଦ ହୋଇଛି । ଅଧିକ ପଢନ୍ତୁ..

ଚିତପଟ୍ଟାଙ୍ଗ ପୁଞ୍ଜି ବଜାର, 549 ପଏଣ୍ଟ ଖସିଲା ସେନେକ୍ସ

ମୁମ୍ବାଇ: ବୈଶ୍ବିକ ବଜାରରେ ହ୍ରାସ ଜାରି ରହିବା ମଧ୍ୟରେ ଘରୋଇ ବଜାରରେ ଦେଖାଦେଇଛି ଏହାର ପ୍ରଭାବ । ଶୁକ୍ରବାର ପୁଞ୍ଜି ବଜାରରେ ଇମ୍ଫୋସିସ, ଏଚଡିଏଫସି ଓ ଆଇସିଆଇସିଆଇ ବ୍ୟାଙ୍କର ସେୟାରରେ ସେଲଅଫ ଚାପ ମଧ୍ୟରେ ସେନସେକ୍ସ ଓ ନିଫ୍ଟି ପ୍ରବଳ ଖସିଛି ।

ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 549.49 ପଏଣ୍ଟ ହ୍ରାସ ହୋଇ 49,034.67 ପଏଣ୍ଟରେ ପହଞ୍ଚିଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 161.90 ପଏଣ୍ଟ କ୍ଷତିର ସହ 14,433.70 ପଏଣ୍ଟରେ ବନ୍ଦ ହୋଇଛି ।

ସେନସେକ୍ସର କମ୍ପାନୀ ମଧ୍ୟରେ ଟେକ ମହିନ୍ଦ୍ରାର ସେୟାରରେ ସବୁଠୁ ଅଧିକ ପ୍ରାୟ 4 ପ୍ରତିଶତ ହ୍ରାସ ହୋଇଛି । ଏଚସିଏଲ ଟେକ, ଓଏନଜିସି , ଏସିଆନ ପେଣ୍ଟସ , ଅଲ୍ଟ୍ରାଟେକ ସିମେଣ୍ଟ ଓ ଏଚଡିଏଫସିର ସେୟାର ମଧ୍ୟ କ୍ଷତିରେ କାରବାର କରିଛି । ସେପଟେ ଭାରତୀ ଏୟାରେଟଲ , ଆଇଟିସି, ବଜାଜ ଅଟୋ ଏବଂ ବଜାର ଫାଇନାନ୍ସର ସେୟାର ବୃଦ୍ଧି ହୋଇଛି ।

ଅନ୍ୟ ଏସିଆ ବଜାରରେ ଚୀନର ସଂଘାଇ କମ୍ପୋଜିଟ ତଥା ହଂକଂର ହ୍ୟାଙ୍ଗସେଙ୍ଗ ଲାଭରେ ଅଛି । ହେଲେ ଦକ୍ଷିଣ କୋରିଆର କସ୍ପି ଓ ଜାପାନର ନିକ୍କିରେ ହ୍ରାସ ଦେଖାଦେଇଛି । ପ୍ରାରମ୍ଭିକ କାରବାରରେ ୟୁରୋପୀୟ ବଜାର କ୍ଷତିରେ ଚାଲିଥିଲା । ଏଥିମଧ୍ୟରେ ବୈଶ୍ବିକ ବ୍ରେଣ୍ଟ ଅଶୋଧିତ ତୈଳ 1.77 ପ୍ରତିଶତ କ୍ଷତିରେ 55.42 ଡଲାର ପ୍ରତି ବ୍ୟାରେଲ ପିଛା ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.