ETV Bharat / business

କୋଭିଡର ବେକାବୁ ଝଟକା, ନିବେଶକଙ୍କ 6.6 ଲକ୍ଷ କୋଟି ବୁଡିଲା

ବ୍ରିଟେନରେ କୋଭିଡ-19 ପ୍ରକୋପ ବଢିବା ସହ ଅସ୍ଥିର ନିବେକଙ୍କ ଧାରଣା । ଫଳରେ ଘରୋଇ ପୁଞ୍ଜି ବଜାରରେ ସେନସେକ୍ସ ଓ ନିଫ୍ଟି ପ୍ରବଳ ହ୍ରାସ ସହ ନିବେଶକଙ୍କ 6.6 ଲକ୍ଷ କୋଟି ଟଙ୍କାରେ ପାଣିରେ ପଡିଛି । ଅଧିକ ପଢନ୍ତୁ..

author img

By

Published : Dec 21, 2020, 10:28 PM IST

କୋଭିଡର ବେକାବୁ ଝଟକା, ନିବେଶକଙ୍କ 6.6 ଲକ୍ଷ କୋଟି  ବୁଡିଲା
କୋଭିଡର ବେକାବୁ ଝଟକା, ନିବେଶକଙ୍କ 6.6 ଲକ୍ଷ କୋଟି ବୁଡିଲା

ମୁମ୍ବାଇ: ବ୍ରିଟେନରେ କୋଭିଡ-19 ମହାମାରୀର ଦ୍ବିତୀୟ ଲହରୀ ପ୍ରଭାବରେ ଅସ୍ଥିର ପୁଞ୍ଜି ବଜାର । ଅଥୟ ନିବେଶକ । ଫଳରେ ସୋମବାର ଘରୋଇ ସେୟାର ବଜାରରେ ସେନସେକ୍ସ 1,407 ପଏଣ୍ଟ ହ୍ରାସ ହୋଇଛି ।

ବୈଶ୍ବିକ ବଜାରରେ ଜବରଦସ୍ତ ସେଲଅଫ୍ ପ୍ରକ୍ରିୟା ମଧ୍ୟରେ ସ୍ଥାନୀୟ ବଜାର ପ୍ରଭାବିତ ହୋଇଛି । ଯାହା ଫଳରେ ଆସନ୍ତା ବର୍ଷରେ ଅର୍ଥବ୍ୟବସ୍ଥା ପୁନଃରୁଦ୍ଧାର ସମ୍ଭାବନାକୁ ଝଟକା ଲାଗିପାରେ । ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 1,406.73 ପଏଣ୍ଟ ଖସି 45,553.96 ପଏଣ୍ଟରେ ପହଞ୍ଚିଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 432.15 ପଏଣ୍ଟ କମି 13,328.40 ପଏଣ୍ଟରେ ବନ୍ଦ ହୋଇଛି ।

ବ୍ରିଟେନରେ ପୁଣି କମବ୍ୟାକ କଲା କୋରୋନା ଆତଙ୍କ । ସ୍ଥିତି ଅସମ୍ଭାଳ ଯୋଗୁଁ ଇଂଲଣ୍ଡରୁ ଆସୁଥିବା ବିମାନ ଉପରେ ଡିସେମ୍ବର 31 ଯାଏ ରୋକ ଲାଗିଛି । ଏଥିସହ ଦେଶରେ ପୁଣି ଲକଡାଉନ ଜାରି ହୋଇଛି । ଆଉ ଏହାର ପ୍ରଭାବରେ ସେନସେକ୍ସର ସେୟାର ତଳମୁହାଁ ଅଛି । ଓଏନଜିସିର ସେୟାର ସର୍ବାଧିକ 9.15 ପ୍ରତିଶତ ହ୍ରାସ ହୋଇଛି । ଏହି ହ୍ରାସ ପରେ ବିଏସଇର ସମସ୍ତ ତାଲିକାଭୁକ୍ତ କମ୍ପାନୀର ବଜାର ପୁଞ୍ଜିକରଣ (ମାର୍କେଟ କ୍ୟାପ) 6.59 ଲକ୍ଷ କୋଟି କମି 178.79 କୋଟି ଟଙ୍କା ରହିଛି । ଏସବୁ ଝଟକା ମଧ୍ୟରେ ନିବେଶକଙ୍କ 6.6 ଲକ୍ଷ କୋଟି ଟଙ୍କାରେ ପାଣିରେ ବୁଡିଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.