ETV Bharat / business

ସେନସେକ୍ସ 441 ପଏଣ୍ଟ ହ୍ରାସ, 68 ଡଲାର ଉପରେ ଅଶୋଧିତ ତେଲ - ସେନସେକ୍ସ ହ୍ରାସ

କାରବାର ସପ୍ତାହ ଆରମ୍ଭର 3 ଦିନ ଅଭିବୃଦ୍ଧି ପରେ ମାଟି କାମୁଡିଲା ପୁଞ୍ଜି ବଜାର । ବୈଶ୍ବିକ ବଜାରରେ ଦୁର୍ବଳ ସଙ୍କେତ ପ୍ରଭାବରେ ଘରୋଇ ବଜାର ଚିତପଟ୍ଟାଙ୍ଗ । ଅଧିକ ପଢନ୍ତୁ..

ସେନସେକ୍ସ 441 ପଏଣ୍ଟ ହ୍ରାସ , 68 ଡଲାର ଉପରେ ଅଶୋଧିତ ତେଲ

author img

By

Published : Mar 5, 2021, 5:17 PM IST

ମୁମ୍ବାଇ: ବୈଶ୍ବିକ ବଜାରରେ ସେଲଅଫ ମଧ୍ୟରେ ଶୁକ୍ରବାର ମଧ୍ୟ ସେନସେକ୍ସ 441 ପଏଣ୍ଟ ଖସିଛି । ସେପଟେ ନିଫ୍ଟି 15 ହଜାର ପଏଣ୍ଟ ତଳେ ରହିଛି । ଆମେରିକୀୟ ବଣ୍ଡ ବଜାରରେ ପ୍ରାପ୍ତି ବଢିବା ପରେ ବୈଶ୍ବିକ ସ୍ତରରେ ନିବେଶକ ପ୍ରଭାବିତ ହୋଇଛନ୍ତି ।

କାରବାର ସପ୍ତାହର ଶେଷ ଦିନରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 440.76 ପଏଣ୍ଟ କମି 50,405.32 ପଏଣ୍ଟକୁ ଆସିଛି । କାରବାର ସମୟରେ ଏହା 726 ପଏଣ୍ଟ ତଳ-ଉପର ରହିଥିଲା ।

ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 142.65 ପଏଣ୍ଟ ହ୍ରାସ ହୋଇ 14,938.10 ପଏଣ୍ଟରେ ପହଞ୍ଚିଛି । ସେନସେକ୍ସ କମ୍ପାନୀ ମଧ୍ୟରେ ଇଣ୍ଡସଇଣ୍ଡ ବ୍ୟାଙ୍କ, ଏସବିଆଇ, ଡ ରେଡ୍ଡିଜ , ଏନଟିପିସି, ଆଇସିଆଇସିଆଇ ବ୍ୟାଙ୍କ, ଏଚସିଏଲ ଟେକ ଓ ବଜାଜ ଫିନସର୍ଭ ସେୟାର କ୍ଷତିରେ ରହିଛି । ସେପଟେ ଅନ୍ୟପଟେ ଓଏନଜିସି, ମାରୁତି, କୋଟାକ ବ୍ୟାଙ୍କ, ନେସଲେ ଓ ଅଲ୍ଟ୍ରାଟେକ ସିମେଣ୍ଟ ସେୟାର ଲାଭରେ ରହିଛି ।

ସେନସେକ୍ସର 30 ସେୟାର ମଧ୍ୟରୁ 21 ଟି ଭିତରେ ରହିଛି । ସେୟାର ବଜାରର ଅସ୍ଥାୟୀ ପରିସଂଖ୍ୟା ଅନୁସାରେ ବିଦେଶୀ ପୋର୍ଟଫୋଲିୟୋ ନିବେଶ ଗୁରୁବାରକୁ ଭାରତୀୟ ପୁଞ୍ଜି ବଜାରରୁ ନିଟ ରୂପରେ 223.11 କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି ।

ସେପଟେ ବୈଶ୍ବିକ ବଜାରରେ ଅଶୋଧିତ ତୈଳ 1.26 ପ୍ରତିଶତ ଲାଭରେ ବ୍ୟାରେଲ ପ୍ରତି 68.11 ରେ କାରବାର କରୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.