ETV Bharat / business

ବଜାରରେ କୋରୋନା ତାଣ୍ଡବ: 800 ପଏଣ୍ଟ ଖସିଲା ସେନସେକ୍ସ

author img

By

Published : Mar 18, 2020, 12:48 PM IST

ଆର୍ଥିକ ଅନିଶ୍ଚିତତା ମଧ୍ୟରେ ଅସ୍ଥିର ବଜାର । ବୁଧବାର କାରବାର ଆରମ୍ଭରେ ସେନସେକ୍ସ ସକରାତ୍ମକ ସଙ୍କେତ ସହ ଖୋଲିଥିଲା ବେଳେ କେଇ କ୍ଷଣ ମଧ୍ୟରେ ପୁଣି ଖସିଛି । ନିଫ୍ଟି ବି 9 ହଜାର ପଏଣ୍ଟ ତଳେ କାରବାର କରୁଛି ।

Sensex slips 800 points after initial gains
ବଜାରରେ କୋରୋନା ତାଣ୍ଡବ : 800 ପଏଣ୍ଟ ଖସିଲା ସେନସେକ୍ସ

ମୁମ୍ବାଇ: ଆର୍ଥିକ ଅନିଶ୍ଚିତତା ମଧ୍ୟରେ ଅସ୍ଥିର ବଜାର । ବୁଧବାର କାରବାର ଆରମ୍ଭରେ ସେନସେକ୍ସ ସକରାତ୍ମକ ସଙ୍କେତ ସହ ଖୋଲିଥିଲା ବେଳେ କେଇ କ୍ଷଣ ମଧ୍ୟରେ ପୁଣି ଖସିଛି । ନିଫ୍ଟି ବି 9 ହଜାର ପଏଣ୍ଟ ତଳେ କାରବାର କରୁଛି ।

ବୁଧବାର ଦିନ 12ଟା ସୁଦ୍ଧା ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 833 ପଏଣ୍ଟ ହ୍ରାସ ପାଇ 29,740ରେ କାରବାର କରୁଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 253 ପଏଣ୍ଟ କମି 8,710ରେ କାରବାର କରୁଛି ।

ସେପଟେ ଘରୋଇ ପୁଞ୍ଜି ବଜାର ସକରାତ୍ମକ ଖୋଲିବା ଉପରେ ବୁଧବାର ପ୍ରାରମ୍ଭିକ କାରବାରରେ ଡଲାର ତୁଳନାରେ ଟଙ୍କା 32 ପଇସା ବୃଦ୍ଧି ହୋଇ 73.92 ରେ ପହଞ୍ଚିଛି । ଆକ୍ସିସ ବ୍ୟାଙ୍କ, ପାୱାରଗ୍ରିଡ, କୋଟାକ ବ୍ୟାଙ୍କ, ଟିସିଏସ, ଏଚଡିଏଫସି ବ୍ୟାଙ୍କ ଏବଂ ନେସଲେ ଇଣ୍ଡିଆ ସେୟାର ଆରମ୍ଭରେ ଭଲ ପ୍ରଦର୍ଶନ କରିଥିବା ବେଳ ସନ ଫାର୍ମା, ଭାରତ ଏୟାରଟେଲ, ଏଚସିଏଲ ଟେକ୍ ଏବଂ ଆଇଟିସି ସେୟାର ମଧ୍ୟ ସକରାତ୍ମକ ରହିଥିଲା ।

କୋରୋନା ପ୍ରକୋପ ଯୋଗୁଁ ବିଶ୍ବର ପ୍ରାୟ ଦେଶର ପୁଞ୍ଜି ବଜାରରେ ସେୟାର ସୂଚକାଙ୍କ ଅସ୍ଥିର ରହିଛି । ତେବେ ଆର୍ଥିକ ମାନ୍ଦାବସ୍ଥା ଆଶଙ୍କାରେ ସବୁ ଦେଶର ସରକାର ଆର୍ଥିକ ପ୍ୟାକେଜ ଦେବା ନେଇ ଆଶା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.