ETV Bharat / business

ତଳମୁହାଁ ବ୍ୟାଙ୍କ ସେୟାର, ରେଡ ଆଲର୍ଟରେ ବନ୍ଦ ସେନସେକ୍ସ ଓ ନିଫ୍ଟି

author img

By

Published : Mar 16, 2021, 8:17 PM IST

ଆର୍ଥିକ କମ୍ପାନୀର ସେୟାର ଦୁର୍ବଳ ପଡିଛି । ଏହାର ପ୍ରଭାବରେ ଘରୋଇ ବଜାରରେ ପ୍ରମୁଖ ସେୟାର ସୂଚକାଙ୍କ ସେନସେକ୍ସ ଓ ନିଫ୍ଟି ମଙ୍ଗଳବାର ସାମନ୍ୟ କ୍ଷତି ସହ ବନ୍ଦ ହୋଇଛି । ଅଧିକ ପଢନ୍ତୁ..

ତଳମୁହାଁ ବ୍ୟାଙ୍କ ସେୟାର, ରେଡ ଆଲର୍ଟରେ ବନ୍ଦ ସେନସେକ୍ସ ଓ ନିଫ୍ଟି
ତଳମୁହାଁ ବ୍ୟାଙ୍କ ସେୟାର, ରେଡ ଆଲର୍ଟରେ ବନ୍ଦ ସେନସେକ୍ସ ଓ ନିଫ୍ଟି

ମୁମ୍ବାଇ: ଘରୋଇ ବଜାରରେ ପ୍ରମୁଖ ସେୟାର ସୂଚକାଙ୍କ ସେନସେକ୍ସ ଓ ନିଫ୍ଟି ମଙ୍ଗଳବାର ସାମନ୍ୟ କ୍ଷତି ସହ ବନ୍ଦ ହୋଇଛି । ବିଶେଷ କରି ଆର୍ଥିକ କମ୍ପାନୀର ସେୟାର ଦୁର୍ବଳ ପଡିଛି । ତେବେ ବ୍ୟବସାୟୀଙ୍କ କହିବା ଅନୁସାରେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ଓ ବିଦେଶୀ ନିବେଶକଙ୍କ ଦ୍ବାରା ସେଲଅଫ ଯୋଗୁଁ ବଜାର ଚାପରେ କାରବାର କରିଛି ।

ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 31.12 ପଏଣ୍ଚ ହ୍ରାସ ହୋଇ 50,363.96 ପଏଣ୍ଟରେ ବନ୍ଦ ହୋଇଛି । ସେପଟେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 19.05 ପଏଣ୍ଟ କମି 14,910.45 ପଏଣ୍ଟରେ ପହଞ୍ଚିଛି । ଏଭଳି ଭାବେ ବଜାରରେ ଲଗାତାର ତୃତୀୟ ଦିନ ଧରି ହ୍ରାସରେ କାରବାର ଶେଷ କରିଛି ।

ସେନସେକ୍ସର ସବୁଠୁ ଅଧିକ 1.56 ପ୍ରତିଶତ ହ୍ରାସ ଏଲଏଣ୍ଡଟିରେ ହୋଇଛି । ଏହା ବ୍ୟତିତ ଆଇସିଆଇସି ବ୍ୟାଙ୍କ, ଏସବିଆଇ, କୋଟାକ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ , ଏନଟିପିସି, ଆକ୍ସିସ ବ୍ୟାଙ୍କ ଓ ବଜାଜ ଫିନସର୍ଭ ବି ତଳମୁହାଁ ସେୟାରରେ ସାମିଲ ରହିଛି । ଅନ୍ୟପଟେ ଏସିଆନ ପେଣ୍ଟସ, ଡ ରେଡ୍ଡୀଜ , ଏଚସିଏଲ ଟେକ, ଏଚୟୁଏଲ ଓ ଭାରତୀ ଏୟାରଟେଲ ପ୍ରଫିଟରେ ଅଛି ।

ସେପଟେ ଟଙ୍କାର ବିନିମୟ ମୂଲ୍ୟ 9 ପଇସା କମିଛି । ଫଳରେ ମଙ୍ଗଳବାର ଡଲାର ତୁଳନାରେ ଟଙ୍କା 72.55 ରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.