ମୁମ୍ବାଇ: ବୈଶ୍ବିକ ବଜାରରେ ଦୁର୍ବଳ ସଙ୍କେତର ବିପରୀତ ସ୍ଥାନୀୟ ବଜାରରେ ମଙ୍ଗଳବାର ସୁଧାର ଦେଖିବାକୁ ମିଳିଛି । ସେନସେକ୍ସ ଓ ନିଫ୍ଟି ଉପରମୁହାଁ ରହିଛି । ସେପଟେ ଡଲାର ତୁଳନାରେ ଟଙ୍କା 6 ପଇସା ହ୍ରାସ ହୋଇଛି ।
ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 280.15 ପଏଣ୍ଟ ଚଢି 50,051.44 ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 78.35 ପଏଣ୍ଟ ବଢି 14,814.7 ପଏଣ୍ଟରେ ବନ୍ଦ ହୋଇଛି ।
ସୂଚକାଙ୍କରେ ଅଧିକ ଓଜନ ରଖୁଥିବା ସେୟାର ମଧ୍ୟରେ ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସେୟାର କ୍ରୟ ଯୋଗୁଁ ବଜାରକୁ ସମର୍ଥ ମିଳିଛି । ସେନସେକ୍ସରେ ସାମିଲ ସେୟାରରେ ଅଲ୍ଟ୍ରାଟେକ ସିମେଣ୍ଟ ସବୁଠୁ ଅଧିକ 3 ପ୍ରତିଶତ ଉଚ୍ଚରେ ରହିଛି । ଏଥିସହ ଇଣ୍ଡସଇଣ୍ଡ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ , ଟାଇଟନ , ଆକ୍ସିସ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଓ ମାରୁତି ସେୟାର ବି ପ୍ରଫିଟ ହାତେଇଛନ୍ତି ।
ଅନ୍ୟପଟେ ଓଏନଜିସି, ପାୱରଗ୍ରୀଡ , ଆଇଟିସି, ଏନଓପିସି, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଓ ଏଚଡିଏଫସିର ସେୟାରରେ ହ୍ରାସ ଦେଖିବାକୁ ମିଳିଛି ।
ସେପଟେ ଅନ୍ତରବ୍ୟାଙ୍କ ବିଦେଶୀ ମୁଦ୍ରା ବଜାରରେ ଟଙ୍କା ଡଲାର ପ୍ରତି 72.37 ରେ ଖୋଲିଥିଲା ବେଳେ ଶେଷ ସୁଦ୍ଧା 6 ପଇସା ହ୍ରାସ ହୋଇ 72.43 ରେ ବନ୍ଦ ହୋଇଛି ।