ETV Bharat / business

2 ଦିନର ରେକର୍ଡ ହ୍ରାସରେ ବ୍ରେକ, ଉପରମୁହାଁ ଭାରତୀୟ ଇକ୍ୟୁଟି ବଜାର

author img

By

Published : Mar 26, 2021, 6:11 PM IST

ବୈଶ୍ବିକ ବଜାରରେ ସକରାତ୍ମକ ସଙ୍କେତର ପ୍ରଭାବ ଘରୋଇ ବଜାରରେ ଦେଖିବାକୁ ମିଳିଛି । 2 ଦିନର ରେକର୍ଡ ହ୍ରାସ ପରେ ଶୁକ୍ରବାର ଉପରମୁହାଁ ସେୟାର ସୂଚକାଙ୍କ । ଚମକିଛି ଫାଇନାନ୍ସିଆଲ ଷ୍ଟକ । ଅଧିକ ପଢନ୍ତୁ..

financial stocks
financial stocks

ମୁମ୍ବାଇ: 2 ଦିନର ରେକର୍ଡ ହ୍ରାସ ପରେ ଶୁକ୍ରବାର ଉପରମୁହାଁ ସେୟାର ସୂଚକାଙ୍କ । ବୈଶ୍ବିକ ବଜାରରେ ସକରାତ୍ମକ ସଙ୍କେତର ପ୍ରଭାବ ଘରୋଇ ବଜାରରେ ଦେଖିବାକୁ ମିଳିଛି । ଏଚଡିଏଫସି ବ୍ୟାଙ୍କ, ଏଚଡିଏଫସି ହିନ୍ଦୁସ୍ତାନ ୟୁନିଲିଭର ଓ ଆଇସିଆଇସିଆଇ ବ୍ୟାଙ୍କର ସେୟାରରେ ବୃଦ୍ଧି ଦେଖାଦେଇଛି ।

କାରବାର ଶେଷ ଦିବସରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 568.38 ପଏଣ୍ଟ ବୃଦ୍ଧି ହୋଇ 49,008.50 ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 182.40 ପଏଣ୍ଟ ଉଛୁଳି 14,507.30 ପଏଣ୍ଟରେ ପହଞ୍ଚିଛି ।

ଆଜି ସେନସେକ୍ସର କମ୍ପାନୀରେ ବଜାଜ ଫାଇନାନ୍ସର ସେୟାର ସବୁଠୁ ଅଧିକ ପ୍ରାୟ 4 ପ୍ରତିଶତ ଚଢିଛି । ଟାଇଟନ , ଏସିଆନ ପେଣ୍ଟସ , ହିନ୍ଦୁସ୍ତାନ ୟୁନିଲିଭର, ଭାରତୀ ଏୟାରଟେଲ, ବଜାଜ ଅଟୋ ଏବଂ ନେସଲେ ଇଣ୍ଡିଆର ସେୟାର ବି ଲାଭରେ ରହିଛି । ଅନ୍ୟପଟେ ପାୱାରଗ୍ରୀଡ, ଇଣ୍ଡସଇଣ୍ଡ ବ୍ୟାଙ୍କ, ଆଇଟିସି ଓ ମାରୁତି ସେୟାରରେ ହ୍ରାସ ଦେଖାଦେଇଛି ।

ସୁଧାରମୁହାଁ ଅର୍ଥନୀତିକୁ ପୁଣି କୋରୋନା ଆକ୍ରାମଣ କରିବା ଭୟରେ ନିବେଶକଙ୍କ ଧାରଣା ଦୁର୍ବଳ ହୋଇଥିଲା । ଏଥିଯୋଗୁଁ ଗଲା 2 ଦିନରେ କାରବାର ପ୍ରବଳ ମାତ୍ରାରେ ପ୍ରଭାବିତ ସହ ନିବେଶକଙ୍କ 7 ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଧୋଇ ହୋଇଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.