ETV Bharat / business

ସୁଧୁରୁଛି ସେୟାର ବଜାର, ନିଫ୍ଟି 9500 ପଏଣ୍ଟ ପାର - ଲକଡାଉନ କୋହଳ ଘୋଷଣା

ବିଭିନ୍ନ ଦେଶରେ ଲକଡାଉନ କୋହଳ ନେଇ ଘୋଷଣା ହେବା ପରେ ନିବେଶଙ୍କ ବିଶ୍ବାସ ମଜବୁତ ହେଉଛି । ଏଥିପାଇଁ ଲଗାତାର 3 ଦିନ ହେଲାଣି ଘରୋଇ ପୁଞ୍ଜି ବଜାର ମଧ୍ୟ ବଳବାନ ହେଉଛି । ଅଧିକ ପଢନ୍ତୁ..

sensex rallies 606 points nifty reclaims 9500
ସୁଧୁରୁଛି ସେୟାର ବଜାର, ନିଫ୍ଟି 9500 ପଏଣ୍ଟ ପାର
author img

By

Published : Apr 29, 2020, 6:26 PM IST

ମୁମ୍ବାଇ: ବୈଶ୍ବିକ ସଙ୍କେତ ଉତ୍ସାହଜନକ ରହିବା ମଧ୍ୟରେ ବୁଧବାର ଘରୋଇ ବଜାରରେ ଖୁସିର ଲହରୀ ଖେଳିଯାଇଛି । ସେନସେକ୍ସ 606 ପଏଣ୍ଟ ଅଭିବୃଦ୍ଧି ସହ ବନ୍ଦ ହୋଇଥିଲା ବେଳେ ନିଫ୍ଟି ମଧ୍ୟ 9500 ପଏଣ୍ଟ ପାରେଇଛି ।

ବ୍ରୋକରଙ୍କ ଅନୁସାରେ ବିଭିନ୍ନ ଦେଶରେ ଲକଡାଉନ କୋହଳ ନେଇ ଘୋଷଣା ହେବା ପରେ ନିବେଶଙ୍କ ବିଶ୍ବାସ ମଜବୁତ ହେଉଛି । ଏଥିପାଇଁ ପୁଞ୍ଜି ବଜାର ମଧ୍ୟ ବଳବାନ ହେଉଛି ।

ବୁଧବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ ଏକ ସମୟରେ 783.07 ପଏଣ୍ଟ ଚଢିଥିଲା । ପରେ 605.64 ପଏଣ୍ଟ ଅଭିବୃଦ୍ଧି ସହ 32,720.16 ପଏଣ୍ଟରେ ବନ୍ଦ ହୋଇଛି ।

ଏଭଳି ଭାବେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 172.45 ପଏଣ୍ଟ ସୁଦୃଢ ସହ 9,553.35 ପଏଣ୍ଟରେ ବନ୍ଦ ହୋଇଛି ।

ସେନସେକ୍ସ ସେୟାର ମଧ୍ୟରେ ଏଚଡିଏଫସି ସବୁଠୁ ଅଧିକ ଲାଭରେ ରହିଛି । ସେହିଭଳି ଏଚସିଏଲ ଟେକ୍ନୋଲୋଜି, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଏଚଡିଏଫସି ବ୍ୟାଙ୍କ , ଟାଟା ଷ୍ଟିଲ, ଭାରତୀୟ ଷ୍ଟେଟ ବ୍ୟାଙ୍କ, ବଜାଜ ଫାଇନାନ୍ସ ଓ ଇମ୍ଫୋସିସ ସେୟାର ଲାଭରେ ରହିଛି ।

ସେପଟେ ଏକ୍ସିସ ବ୍ୟାଙ୍କ, ଏସିଆନ ପେଣ୍ଟସ, ହିନ୍ଦୁସ୍ତାନ ଲିଭର, ଟାଇଟନ ଓ ଇଣ୍ଡସଇଣ୍ଡ ବ୍ୟାଙ୍କ ସେୟାର ଦୁର୍ବଳ ରହିଛି ।

ସଂଘାଇ, ହଙ୍ଗକଙ୍ଗ, ଓ ସିୟୋଲ ଭଳି ପ୍ରମୁଖ ସେୟାର ବଜାର ଅଭିବୃଦ୍ଧି ସହ ବନ୍ଦ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.