ନୂଆଦିଲ୍ଲୀ: ଅସ୍ଥିର ସେୟାର ବଜାର । ସପ୍ତାହର ପ୍ରଥମ ଦିନରେ ବି ସୁଧୁରୁନି ସେନସେକ୍ସ । ସୋମବାର ସକାଳୁ ହ୍ରାସ-ବୃଦ୍ଧି ସହ କାରବାର ଚାଲିଛି । ରାଜନୈତିକ ଅଶାନ୍ତି ଓ ତୁଟୁନଥିବା ଆମେରିକା-ଚୀନ ଟ୍ରେଡୱାର ଯୋଗୁଁ ଅନିଶ୍ଚିତତାରେ ନିବେଶକ ରହିଛନ୍ତି । ଯାହାର ନକାରାତ୍ମକ ପ୍ରଭାବ ଗତ ସପ୍ତାହରୁ ଜାରି ରହିଛି ।
ତେଲ ଦର ବୃଦ୍ଧି ଓ ଆଗାମୀ ବଜେଟକୁ ନେଇ ଟେନସନରେ ନିବେଶକ । ଏଥିଯୋଗୁଁ ଟଙ୍କା ଲଗାଇବାକୁ ଏତେଟା ଆଗ୍ରହୀ ହେଉନଥିବା ଜଣାପଡିଛି । ଏପଟେ ବିଭିନ୍ନ କାରଣ ଯୋଗୁଁ 40 ହଜାର ପାର କରିଥିବା ସେୟାର ଆଜି 32 ହଜାର 200 ଭିତରେ କାରବାର କରୁଛି । ଯେଉଁଥିପାଇଁ ପ୍ରଫିଟ ରେଖା ମଧ୍ୟ ଉପର-ତଳ ହେଉଛି ।
ସୋମବାର ସକାଳେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 50 ପଏଣ୍ଟ ବଢି39250 ରହିଥିଲାବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର 30 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 11750 ରହିଥିଲା । ହେଲେ ପରବର୍ତ୍ତୀ ସମୟରେ ଏଥିରେ ଅବନ୍ନତି ଦେଖାଦେଇଛି ।
ଶୁକ୍ରବାର ସେନସେକ୍ସ ପାଖାପାଖି 407 ପଏଣ୍ଟ ହ୍ରାସ ପାଇ 39,200 ତଳକୁ ଖସିଥିଲାବେଳେ ନିଫ୍ଟି 108 ପଏଣ୍ଟ କମି 11750ରେ ପହଞ୍ଚି ବନ୍ଦ ହୋଇଥିଲା ।