ETV Bharat / business

ମଜବୁତ ବିଶ୍ବ ବଜାର: ସୁଦୃଢ ସେନସେକ୍ସ, 14500 ଟପିଲା ନିଫ୍ଟି

author img

By

Published : Jan 20, 2021, 6:32 PM IST

ବୈଶ୍ବିକ ବଜାରରେ ସୁଦୃଢ ସଙ୍କେତ ମଧ୍ୟରେ ସେନସେକ୍ସ ମଜବୁତ ହୋଇଥିଲା ବେଳେ ନିଫ୍ଟି 14500 ପଏଣ୍ଟ ପାର କରିଛି । ଅଧିକ ପଢନ୍ତୁ..

ମଜବୁତ ବିଶ୍ବ ବଜାର:  ସୁଦୃଢ ସେନସେକ୍ସ, 14500 ଟପିଲା ନିଫ୍ଟି
ମଜବୁତ ବିଶ୍ବ ବଜାର: ସୁଦୃଢ ସେନସେକ୍ସ, 14500 ଟପିଲା ନିଫ୍ଟି

ମୁମ୍ବାଇ: ବୈଶ୍ବିକ ବଜାରରେ ମଜବୁତ ସଙ୍କେତ ମଧ୍ୟରେ ଆଇଟି, ଏନର୍ଜି ଏବଂ ଅଟୋ ଷ୍ଟକ ଭଳି ସେୟାରରେ ଅଭିବୃଦ୍ଧି ଯୋଗୁଁ ସବୁଜରେ ବନ୍ଦ ହୋଇଛି ସେୟାର ବଜାର । ବିଏସଇ ସେନସେକ୍ସ ବୁଧବାର 393 ପଏଣ୍ଟ ବଢିଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 393.83 ପଏଣ୍ଟ ଉଛୁଳି ନୂଆ ରେକର୍ଡ ସହ 49,792.12. ପଏଣ୍ଟରେ ପହଞ୍ଚିଛି । ସେପଟେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 123.55 ପଏଣ୍ଟ ବଢି 14,644.70 ପଏଣ୍ଟ ଛୁଇଁଛି ।

ଆମେରିକାର 46ତମ ରାଷ୍ଟ୍ରପତି ଜୋ ବାଇଡେନ ଶପଥ ଗ୍ରହଣ ସମାରୋହ ପୂର୍ବରୁ ବୈଶ୍ବିକ ବଜାରରେ ଉତ୍ସାହ ଖେଳିଯାଇଥିଲା । ଆମେରିକାର ଅର୍ଥନୀତିକୁ ବୁଷ୍ଟର ଦେବା ପାଇଁ ବାଇଡେନ ପ୍ରଶାସନ 1.9 ଟ୍ରିଲିୟନ ଡଲାର ଆର୍ଥିକ ପ୍ୟାକେଜ ପାଇଁ ପ୍ରସ୍ତାବ ରହିଛି । ଏଥିଯୋଗୁଁ ଘରୋଇ ବଜାର ଆଜି ନୂଆ ରେକର୍ଡସ୍ତରରେ ପହଞ୍ଚିଛି ।

ତେବେ ସେନସେକ୍ସ ଷ୍ଟକ ମଧ୍ୟରେ ମାରୁତି ସର୍ବାଧିକ 2.75 ପ୍ରତିଶତ ବଢିଛି । ଏହି କ୍ରମରେ ଟେକ ମହିନ୍ଦ୍ରା, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏବଂ ଏସିଆନ ପେଣ୍ଟସରେ ବୃଦ୍ଧି ଆସିଛି । ସେପଟେ ନିଫ୍ଟି ସେୟାରରେ ଟାଟା ମୋଟର୍ସ, ଆଦାନୀ ପୋର୍ଟସ , ବିପ୍ରୋ, ଟେକ ମହିନ୍ଦ୍ରା, ମାରୁତି ସୁଜୁକି, ୟୁପିଏଲ , ଏସିଆନ ପେଣ୍ଟସ ଓ ରିଲାଏନ୍ସ ସେୟାରରେ 1.82 ପ୍ରତିଶତରୁ 6.09 ପ୍ରତିଶତ ପର୍ଯ୍ୟନ୍ତ ଅଭିବୃଦ୍ଧି ଦେଖାଦେଇଛି । ଅନ୍ୟପଟେ ପାୱାର ଗ୍ରୀଡ, ଶ୍ରୀ ସିମେଣ୍ଟ, ଏନଟିପିସି, ଗେଲ, ଏଚଡିଏଫସି ବ୍ୟାଙ୍କ ଓ ଆଇଟିସି ସେୟାରରେ 0.75ରୁ 2.10 ପ୍ରତିଶତ ହ୍ରାସ ଆସିଛି ।

ସେପଟେ କିନ୍ତୁ ନୂଆ କୋଭିଡ-19 ମାମଲା ମଧ୍ୟରେ ଜାପାନ ମାର୍କେଟ 0.4 ପ୍ରତିଶତ ତଳମୁହାଁ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.