ମୁମ୍ବାଇ: ଲଗାତାର 5 କାରବାର ଦିବସରେ ହ୍ରାସ ହେବା ପରେ ସାମାନ୍ୟ ମଜବୁତ ହୋଇଛି ପୁଞ୍ଜି ବଜାର । ମଙ୍ଗଳବାର ସେୟାର ସୂଚକାଙ୍କ ଉପରମୁହାଁ ରହିଛି । ଏଥି ଭିତରେ ବୈଶ୍ବିକ ବଜାରରେ ମିଳିଥିବା ମିଶ୍ରିତ ସଙ୍କେତ ମଧ୍ୟରେ ନିବେଶକମାନେ ଉର୍ଜା , ବ୍ୟାଙ୍କିଙ୍ଗ ଓ ଢାଞ୍ଚାଗତ ସେକ୍ଟର କମ୍ପାନୀ ସେୟାରରେ ନିବେଶ କରିଛନ୍ତି ।
ବ୍ୟବସାୟୀ କହିଛନ୍ତି କି କୋଭିଡ-19ର ମାମଲା ବଢିବା ଓ କ୍ରୟ ନେଇ ପ୍ରୋତ୍ସାହନ ଅଭାବ ମଧ୍ୟରେ ନିବେଶକଙ୍କ ଧାରଣା ପ୍ରଭାବିତ ହୋଇଛି । କାରବାର ସମୟରେ 667.46 ପଏଣ୍ଟ ପରିସରରେ ହ୍ରାସ-ବୃଦ୍ଧି ପରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 7.09 ପଏଣ୍ଟ ବଢି 49,751.41 ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ନିଫ୍ଟିର ସୂଚକାଙ୍କ ମଧ୍ୟ 32.10 ପଏଣ୍ଟ ଉଛୁଳି 14,707.80 ପଏଣ୍ଟରେ ପହଞ୍ଚିଛି ।
ବିଏସଇ ସେନସେକ୍ସରେ ସାମିଲ ସେୟାରରେ ଓଏନଜିସିର ସେୟାର ସର୍ବାଧିତ 5.55 ପ୍ରତିଶତ ଲାଭରେ ରହିଛି । ଏଥିସହ ହିଁ ଇଣ୍ଡସଇଣ୍ଡ ବ୍ୟାଙ୍କ, ଏଲ ଆଣ୍ଡ ଟି , ଅଲ୍ଟ୍କ୍ରାଟେକ ସିମେଣ୍ଟ, ଟାଇଟଲ , ଷ୍ଟେଟ ବ୍ୟାଙ୍କ ଓ ଏନଟିପିସି ସେୟାରର ବୃଦ୍ଧି ରେକର୍ଡ କରାଯାଇଛି । ଏହାର ବିପରୀତ କୋଟାକ ବ୍ୟାଙ୍କ, ମାରୁତି, ବଜାଜ ଅଟୋ , ଏଚଡିଏଫସି ବ୍ୟାଙ୍କ , ଏଚସିଏଲ ଟେକରେ 3.87 ପ୍ରତିଶତ ହ୍ରାସ ଦେଖାଦେଇଛି ।
ସୂଚକାଙ୍କରେ ବଡ ଓଜନ ରଖୁଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସେୟାର 0.84 ପ୍ରତିଶତ ଉପରେ ରହିଛି । କମ୍ପାନୀ ଏହାର ତେଲକୁ ରାସାୟନିକ କାରବାରକୁ ଏକ ଅଲଗା ୟୁନିଟରେ ପରିବର୍ତ୍ତନ କରିବାକୁ ଘୋଷଣା କରିଛି ।