ETV Bharat / business

RBI ବୈଠକ ପରେ ନୂଆ ରେକର୍ଡରେ ସେନସେକ୍ସ, 15ହଜାର ନିକଟତର ନିଫ୍ଟି

author img

By

Published : Feb 5, 2021, 8:48 PM IST

ଶୁକ୍ରବାର ଆରବିଆଇ ସୁଧ ହାର ଅପରିବର୍ତ୍ତିତ ରଖିବା ପରେ ବି ଇକ୍ୟୁଟି ବେଞ୍ଚମାର୍କ ସେନସେକ୍ସ 117 ପଏଣ୍ଟ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ..

ଆରବିଆଇ ବୈଠକ ପରେ ନୂଆ ରେକର୍ଡରେ ସେନସେକ୍ସ , 15ହଜାର ନିକଟତର ନିଫ୍ଟି

ମୁମ୍ବାଇ: ଲଗାତାର 5 ଦିନ ଧରି ଉଛୁଳିଲା ପୁଞ୍ଜି ବଜାର । ଶୁକ୍ରବାର ଆରବିଆଇ ସୁଧ ହାର ଅପରିବର୍ତ୍ତିତ ରଖିବା ପରେ ବି ଇକ୍ୟୁଟି ବେଞ୍ଚମାର୍କ ସେନସେକ୍ସ 117 ପଏଣ୍ଟ ବୃଦ୍ଧି ହୋଇଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 117.34 ପଏଣ୍ଟ ବଢି 50,731.63 ପଏଣ୍ଟରେ ବନ୍ଦ ହୋଇଛି । ଆଜର କାରବାର ମଧ୍ୟରେ ସେନସେକ୍ସ 51 ହଜାର ସ୍ତର ପାର କରିଥିଲା । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି କାରବାର ସମୟରେ 15 ହଜାର ମାର୍କ ଛୁଇଥିଲା । ହେଲେ କାରବାର ଶେଷ ସୁଦ୍ଧା ନିଫ୍ଟି ସର୍ବକାଳୀନସ୍ତର ସହ 14,924.25ରେ ପହଞ୍ଚିଛି ।

ସେନସେକ୍ସ ସୂଚକାଙ୍କରେ ଏସବିଆଇ 10 ପ୍ରତିଶତ ବୃଦ୍ଧି ସହ ସବୁଠୁ ଅଧିକ ପ୍ରଫିଟରେ ରହିଥିଲା ବେଳେ କୋଟାକ ବ୍ୟାଙ୍କ, ଡ. ରେଡ୍ଡୀଜ , ଅଲ୍ଟ୍ରା ଟେକ ସିମେଣ୍ଟ, ଆଇଟିସି ଏବଂ ଏଚଡିଏଫସି ବ୍ୟାଙ୍କ ଉପରମୁହାଁ ରହିଛି ।

ଅନ୍ଯପଟେ ଆକ୍ସିସ ବ୍ୟାଙ୍କ, ଏୟାରେଟଲ, ଆଇସିଆଇସିଆଇ ବ୍ୟାଙ୍କ, ମାରୁତି ଏବଂ ଏଚସିଏଲ ଟେକ ସେୟାର ତଳକୁ ଖସିଛି ।

ଆଜି ଆରବିଆଇର ଏମପିସି ବୈଠକ ଘୋଷଣାରେ ରେପୋରେଟ ଓ ରିଭର୍ସ ରେପୋରେଟ ଦରକୁ ଅପରିବର୍ତ୍ତିତ ରଖାଯାଇଛି । ଅଭିବୃଦ୍ଧି ପୁନରୁଦ୍ଧାର ତଥା କୋଭିଡ-19ର ପ୍ରଭାବକୁ ହ୍ରାସ ସହ ମୁଦ୍ରାସ୍ପୀତି ଆସନ୍ତା ଆର୍ଥିକ ବର୍ଷର ପ୍ରଥମ ଛଅମାସରେ ହ୍ରାସ ହେବ ବୋଲି ଅନୁମାନ କରିଛି ଆରବିଆଇର 6 ଜଣିଆ ସଦସ୍ୟଙ୍କୁ ନେଇ ବସିଥିବା ମୁଦ୍ରାନୀତି କମିଟି ।

ପ୍ରକାଶ ଯେ, ଚଳିତ କାରବାର ସପ୍ତାହର ପ୍ରଥମ ଦିନରେ 2021-22 ଆର୍ଥିକ ବର୍ଷ ପାଇଁ ବଜେଟ ଆଗତ ହୋଇଛି । ଆଉ ବଜେଟ ନିବେଶକଙ୍କ ଧାରଣା ମଜବୁତ କରିବା ସହ ପୁଞ୍ଜି ବଜାରରେ ବୃଦ୍ଧି ବଢାଇଛି । ସୋମବାର ଠାରୁ ଶୁକ୍ରବାର ଯାଏଁ ବଜାର ପ୍ରଫିଟରେ ବନ୍ଦ ହୋଇଛି । ଏପରିକି ସେନସେକ୍ସ ଓ ନିଫ୍ଟି ଲଗାତାର ନୂଆ ମାଇଲଖୁଣ୍ଟ ସୃଷ୍ଟି କରୁଛି ।

ସେପଟେ ଅନ୍ତରାଷ୍ଟ୍ରୀୟ ବଜାରରେ ବ୍ରେଣ୍ଟ କ୍ରୁଡ 0.95 ପ୍ରତିଶତ ବୃଦ୍ଧିରେ କାରବାର କରୁଥିବା ବେଳେ ବ୍ୟାରେଲ ପ୍ରତି 59.56 ଡଲାର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.