ETV Bharat / business

ସେନସେକ୍ସ ଓ ନିଫ୍ଟିର ନୂଆ ରେକର୍ଡ, 3 ପ୍ରତିଶତ ଚଢିଲା ଟିସିଏସ ସେୟାର - ଟିସିଏସ ସେୟାର

ଗୁରୁବାର ସେୟାର ବଜାର କାରବାର ପ୍ରଫିଟର ସହ ବନ୍ଦ ହୋଇଛି । ଟିସିଏସ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଓ ଏଲଆଣ୍ଡଟି ଭଳି କମ୍ପାନୀର ସେୟାରରେ ଲାଭ ଯୋଗୁଁ ସେନସେକ୍ସ 92 ପଏଣ୍ଟ ବୃଦ୍ଧି ପାଇଁ ଏହାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ।

ସେନସେକ୍ସ ଓ ନିଫ୍ଟିର ନୂଆ ରେକର୍ଡ , ଟିସିଏସ ସେୟାର 3 ପ୍ରତିଶତ ଚଢିଲା

author img

By

Published : Jan 14, 2021, 7:14 PM IST

ମୁମ୍ବାଇ: ଗୋଟିଏ ଦିନର ସାମାନ୍ୟ ହ୍ରାସ ପରେ ପୁଣି ରେକର୍ଡ ସୃଷ୍ଟି କଲା ପୁଞ୍ଜି ବଜାର । ଗୁରୁବାର ସେୟାର ବଜାର କାରବାର ପ୍ରଫିଟର ସହ ବନ୍ଦ ହୋଇଛି । ଟାଟ କନ୍ସଲେଟସୀ ସର୍ବିଶେଷ(ଟିସିଏସ) , ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଓ ଏଲଆଣ୍ଡଟି ଭଳି କମ୍ପାନୀର ସେୟାରରେ ଲାଭ ଯୋଗୁଁ ସେନସେକ୍ସ 92 ପଏଣ୍ଟ ବୃଦ୍ଧି ପାଇଁ ଏହାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ।

ଗୁରୁବାର ବିଏସଇର 30 ସେୟାର ଆଧାରିତ ସେନସେକ୍ସ ପ୍ରାରମ୍ଭିକ ହ୍ରାସରୁ କମବ୍ୟାକ କରି 91.84 ପଏଣ୍ଟ ବଢି 49,584.16 ପଏଣ୍ଟରେ ବନ୍ଦ ହୋଇଛି । ଏହା ଏହାର ନୂଆ ସର୍ବକାଳୀନ ସର୍ବୋଚ୍ଚ ସ୍ତର । ଏଭଳି ଭାବେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି 30.75 ପଏଣ୍ଟ ଉଛୁଳି 14,595.60 ପଏଣ୍ଟରେ ପହଞ୍ଚିଛି ।

ସେନସେକ୍ସର କମ୍ପାନୀ ମଧ୍ୟରେ ଟିସିଏସ ସବୁଠୁ ଅଧିକ ପ୍ରାୟ 3 ପ୍ରତିଶତ ବଢିଛି । ଇଣ୍ଡସଇଣ୍ଡ ବ୍ୟାଙ୍କ, ଏଲଆଣ୍ଡଟି, ଆଇଟିସି, ହିନ୍ଦୁସ୍ତାନ ୟୁନିଲିଭର, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଓ ସନ ଫାର୍ମାର ସେୟାର ଲାଭରେ ଅଛି । ସେପଟେ ଦ୍ବିତୀୟ ଓ ଏଚସିଏଲ ଟେକ, ଆକ୍ସିସ ବ୍ୟାଙ୍କ, ଏସିଆନ ପେଣ୍ଟସ, ଅଲଟ୍ରୋଟେକ ସିମେଣ୍ଟ ଓ ଇମ୍ଫୋସିସ ସେୟାରରେ ହ୍ରାସ ଦେଖାଦେଇଛି । ରିଲାଏନ୍ସ ସିକ୍ୟୁରିଟିଜର ପ୍ରମୁଖ ରଣନୀତି ବିନୋଦ ମୋଦି କହିଛନ୍ତି କି ଏଫଏମସିଜି ଓ ଫାର୍ମା ସେୟାରରେ ନେତୃତ୍ବରେ ଭାରତୀୟ ସେୟାର ବଜାର ଦିନର ସର୍ବନିମ୍ନ ସ୍ତରରୁ ମୁକୁଳି ଲାଭରେ ବନ୍ଦ ହୋଇଛି ।

ଏଥିମଧ୍ୟରେ ବୈଶ୍ବିକ ବେଞ୍ଚମାର୍କ ଅଶୋଧିତ ତେଲ ବ୍ୟାରେଲ ପ୍ରତି 0.12 ପ୍ରତିଶତ ହ୍ରାସ ହୋଇ 55.99 ଡଲାର ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.