ମୁମ୍ବାଇ: ମଙ୍ଗଳବାର ବଜାରରେ ବମ୍ପର ବୃଦ୍ଧି ପରେ ବୁଧବାର ଖସିଲା ସେୟାର ସୂଚକାଙ୍କ । ହ୍ରାସ ହେଲା ସେନସେକ୍ସ ଓ ନିଫ୍ଟି ।
ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 290.69 ପଏଣ୍ଟ ହ୍ରାସ ହୋଇ 49,902.64 ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 77.95 ପଏଣ୍ଟ କମି 15,030.15 ପଏଣ୍ଟରେ ପହଞ୍ଚିଛି ।
ଆଜି ସବୁଠୁ ଅଧିକ ସନଫାର୍ମା, ନେସଲେ ଇଣ୍ଡିଆର ସେୟାରରେ ବୃଦ୍ଧି ହୋଇଛି । ସେହିଭଳି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଓ ବଜାଜ ଫିନସର୍ଭର ସେୟାରରେ ହ୍ରାସ ଦେଖାଦେଇଛି ।