ETV Bharat / business

କୋରୋନା ମାମଲା ବୃଦ୍ଧି ସହ ବଜାର ବେହାଲ, 210 ପଏଣ୍ଟ ଖସିଲା ସେନସେକ୍ସ

author img

By

Published : Jun 29, 2020, 6:43 PM IST

ସମଗ୍ର ବିଶ୍ବରେ କୋରାନା ପ୍ରଭାବ ବୃଦ୍ଧି ଦ୍ବାରା ପୁଣି ଅର୍ଥବ୍ୟବସ୍ଥା ଠପ ଆଶଙ୍କା ବଢିଛି । ଏ ନେଇ ନିବେଶକ ଆତଙ୍କିତ । ଫଳରେ ବଜାର ଅସ୍ଥିରତାର ସହ ବନ୍ଦ ହୋଇଛି । ଅଧିକ ପଢନ୍ତୁ..

କୋରୋନା ମାମଲା ବୃଦ୍ଧି ସହ ବଜାର ବେହାଲ
କୋରୋନା ମାମଲା ବୃଦ୍ଧି ସହ ବଜାର ବେହାଲ

ମୁମ୍ବାଇ: ସୋମବାର ବିଏସଇ ସେନସେକ୍ସ 210 ପଏଣ୍ଟ ହ୍ରାସ ସହ 34,961.52 ପଏଣ୍ଟରେ ବନ୍ଦ ହୋଇଛି । କୋରୋନା ଭାଇରସ ସଂକ୍ରମଣ ମାମଲା ବୃଦ୍ଧି ନେଇ ନିବେଶକଙ୍କ ମଧ୍ୟ ଚିନ୍ତା ଦେଖାଦେଇଛି । ଏଥିମଧ୍ୟରେ ବ୍ୟାଙ୍କ ଓ ଆଇଟି କମ୍ପାନୀଙ୍କ ସେୟାର ହ୍ରାସ ଯୋଗୁଁ ଅଭିବୃଦ୍ଧି ଖସିଛି ।

କାରବାର ସମୟରେ ସେନସେକ୍ସ ଏକ ସମୟରେ 509 ପଏଣ୍ଟ ତଳକୁ ଖସିଥିଲା । ପରେ ପୁଣି ଉଛୁଳିଥିଲା ।ଶେଷରେ 209.75 ପଏଣ୍ଟ କମି 34,961.52 ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 70.60 ପଏଣ୍ଟ ଖସି 10,312.40 ରେ ବନ୍ଦ ହୋଇଛି ।

ହ୍ରାସ ସେୟାର

ସେନସେକ୍ସ ସେୟାରରେ ଏକ୍ସିସ ବ୍ୟାଙ୍କଙ୍କୁ ସର୍ବାଧିତ କ୍ଷତି ସହିବାକୁ ପଡିଛି । ଏଥିରେ ପାଖାପାଖି 5 ପ୍ରତିଶତ ହ୍ରାସ ଦେଖାଦେଇଛି । ଏହା ବ୍ୟତିତ ଟେକ ମହିନ୍ଦ୍ରା, ଷ୍ଟେଟ ବ୍ୟାଙ୍କ, ଏଲ ଆଣ୍ଡ ଟି, ଇଣ୍ଡୁସଇଣ୍ଡ ବ୍ୟାଙ୍କ, ଇମ୍ଫୋସିସ ଓ ଏଟିପିସିରେ ମୁଖ୍ୟତଃ ହ୍ରାସ ଦେଖାଦେଇଛି ।

ଅଭିବୃଦ୍ଧି ସେୟାର

ଏଚଡିଏଫସି ବ୍ୟାଙ୍କ, ଏଚୟୁଏଲ, କୋଟାକ ବ୍ୟାଙ୍କ ତଥା ଭାରତୀ ଏୟାରେଟଲ ଲାଭରେ ରହିଛନ୍ତି ।

ସମଗ୍ର ବିଶ୍ବରେ କୋରାନା ପ୍ରଭାବ ବୃଦ୍ଧି ଦ୍ବାରା ପୁଣି ଅର୍ଥବ୍ୟବସ୍ଥା ଠପ ଆଶଙ୍କା ବଢିଛି । ଏ ନେଇ ନିବେଶକ ଆତଙ୍କିତ । ଫଳରେ ବଜାର ଅସ୍ଥିରତାର ସହ ବନ୍ଦ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.