ETV Bharat / business

ବୈଶ୍ବିକ ବଜାରରେ ବୃଦ୍ଧି ପରେ ବି ତଳମୁହାଁ ସେନସେକ୍ସ-ନିଫ୍ଟି - Sensex drops

ପୁଣି ବଜାରରେ ଖେଳିଯାଇଛି ନିରାଶ । ବୈଶ୍ବିକ ବଜାରରେ ବୃଦ୍ଧି ପରେ ବି ଘରୋଇ ବଜାରରେ ତଳମୁହାଁ ସେୟାର ସୂଚକାଙ୍କ । ଅଧିକ ପଢନ୍ତୁ..

ବୈଶ୍ବିକ ବଜାରରେ ବୃଦ୍ଧି ପରେ ବି ତଳମୁହାଁ ସେନସେକ୍ସ-ନିଫ୍ଟି

author img

By

Published : Nov 27, 2020, 8:06 PM IST

ମୁମ୍ବାଇ: ବୈଶ୍ବିକ ବଜାରରେ ଅଭିବୃଦ୍ଧି ପରେ ବି ଶୁକ୍ରବାର ଘରୋଇ ସେୟାର ବଜାରରେ ହ୍ରାସ ଦେଖାଦେଇଛି । ଦୁର୍ବଳ କାରବାର ମଧ୍ୟରେ ବଡ କମ୍ପାନୀଙ୍କ ସେୟାର ତଳମୁହାଁ ଯୋଗୁଁ ବଜାର କ୍ଷତିରେ ବନ୍ଦ ହୋଇଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 110.02 ପଏଣ୍ଟ ବଢି 44,149.72ରେ ବନ୍ଦ ହୋଇଛି । ଏଭଳି ଭାବେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 18.05 ପଏଣ୍ଟ ହ୍ରାସ ହୋଇ ବର୍ତ୍ତମାନ 12,968.95ରେ ବନ୍ଦ ହୋଇଛି ।

ସେନସେକ୍ସ କମ୍ପାନୀରେ ପାୱରଗ୍ରୀଡ କର୍ପୋରେସନ ସର୍ବାଧିକ 2 ପ୍ରତିଶତରୁ ଅଧିକ ଖସିଛି । ଏହା ପରେ ଏଚସିଏଲ ଟେକ, ଓଏନଜିସି, ଏମଆଣ୍ଡଏମ, ଆକ୍ସିସ ବ୍ୟାଙ୍କ, ଟିସିଏସ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଓ ଇମ୍ଫୋସିସ ସ୍ଥାନ ରହିଛି ।

ଅନ୍ୟପଟେ ଏସିଆନ ପେଣ୍ଟସ, ଟାଇଟନ, ଟାଟା ଷ୍ଟିଲ , ବଜାଜ ଫାଇନାନ୍ସ ଓ ବଜାଜ ଅଟୋ ଭଳି ସେୟାର ବୃଦ୍ଧିରେ ଅଛି ।

ଏଥିମଧ୍ୟରେ ଅଶୋଧିତ ତୈଳ ଅନ୍ତରାଷ୍ଟ୍ରୀୟ ବଜାରରେ 0.67 ପ୍ରତିଶତ ବୃଦ୍ଧି ହୋଇ ବ୍ୟାରେଲ ପ୍ରତି 48.11 ଡଲାର ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.