ETV Bharat / business

କାରବାର ଆରମ୍ଭରୁ ଖସିଲା ସେନସେକ୍ସ ଓ ନିଫ୍ଟି - Sensex Down Over 258Points in Opening Deals

ଭାରତୀୟ ସେୟାର ବଜାର ଖୋଲିବା ପରଠୁ ଉଭୟ ସେନସେକ୍ସ ଓ ନିଫ୍ଟି ସୂଚକାଙ୍କ ହ୍ରାସ ପାଇଛି । ଅଧିକ ପଢନ୍ତୁ...

Sensex Down Over 258Points in Opening Deals
କାରବାର ଆରମ୍ଭରୁ ଖସିଲା ସେନସେକ୍ସ ଓ ନିଫ୍ଟି
author img

By

Published : Feb 18, 2020, 1:32 PM IST

ମୁମ୍ବାଇ: ମଙ୍ଗଳବାର ଭାରତୀୟ ସେୟାର ବଜାର ଖୋଲିବା ପରଠୁ ଉଭୟ ସେନସେକ୍ସ ଓ ନିଫ୍ଟି ସୂଚକାଙ୍କ ହ୍ରାସ ପାଇଛି । ସେପଟେ ମୁଦ୍ରା ବଜାରରେ ବି କାରବାର ନିରାଶଜନକ ରହିଛି । ଡଲାର ତୁଳନାରେ ଟଙ୍କାର ମୂଲ୍ୟ 11 ପଇସା ହ୍ରାସ ପାଇଛି । ଫଳରେ 1 ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ 71 ଟଙ୍କା 42 ପଇସାରେ ପହଞ୍ଚିଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ କାରବାର ଆରମ୍ଭରେ 258.58 ପଏଣ୍ଟ ହ୍ରାସପାଇ 40,797.11ରେ କାରବାର କରୁଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 82.65 ପଏଣ୍ଟ ହ୍ରାସ ପାଇ 11,963.15 ପଏଣ୍ଟରେ କାରବାର କରୁଛି ।

ବଜେଟ ଉପସ୍ଥାପନ ପରେ ସେୟାର ସୂଚକାଙ୍କ ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ସେହିପରି କୋରୋନା ଭୟ ମଧ୍ୟ କାରବାରକୁ ଦୁର୍ବଳ କରିଦେଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.