ନୂଆଦିଲ୍ଲୀ: ସପ୍ତାହର ଶେଷ ଦିନର କାରବାର ଆରମ୍ଭରୁ ଉଛୁଳୁଛି ବଜାର । ସେନସେକ୍ସ 334.44 ପଏଣ୍ଟ ବଢି 50 ଉପରେ କାରବାର କରୁଛି । ସେହିପରି ନିଫ୍ଟି ମଧ୍ୟ 14 ହଜାର ଉପରେ ରହିଛି ।
ସଦ୍ୟ ରିପୋର୍ଟ ଅନୁସାରେ, ସେନସେକ୍ସ 50,948ରେ କାରବାର କରୁଥିବାବେଳେ ନିଫ୍ଟି 96.40 ପଏଣ୍ଟ ବଢି 14,992.05 ରେ ରହିଛି ।
ସୂଚନାଥାଉକି, ଚଳିତ ବର୍ଷ ବଜେଟ ସୋମବାର ଉପସ୍ଥାପନ ହୋଇଥିବାବେଳେ ପ୍ରଥମ ଦୁଇଦିନ ଭଲ କାରବାର ହୋଇଥିଲା ପରେ ଖସିଥିଲା ।
@ANI