ETV Bharat / business

ସେୟାର ବଜାରରେ ସର୍ବକାଳୀନ ରେକର୍ଡ, 58 ହଜାର ଟପିଲା ସେନସେକ୍ସ

ସେୟାର ବଜାରରେ ସର୍ବକାଳୀନ ରେକର୍ଡ । ଇତିହାସରେ ପ୍ରଥମ ଥର 58 ହଜାର ଟପିଲା ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୂଚକାଙ୍କ ସେନସେକ୍ସ । ଅଧିକ ପଢନ୍ତୁ..

ସେୟାର ବଜାରରେ ରେକର୍ଡ, 58 ହାଜର ଟପିଲା ସେନସେକ୍ସ

author img

By

Published : Sep 3, 2021, 5:37 PM IST

Updated : Sep 3, 2021, 5:44 PM IST

ମୁମ୍ବାଇ: ସେୟାର ବଜାରରେ ରେକର୍ଡ । ସେନସେକ୍ସ ଓ ନିଫ୍ଟ ଉଭୟ ରେକର୍ଡ ପରେ ରେକର୍ଡ କରୁଛନ୍ତି । ସପ୍ତାହର ଶେଷ କାରବାର ଦିବସରେ ଅର୍ଥାତ୍ ଆଜି ସେନସେକ୍ସ ନିଜ ଇତିହାସରେ ପ୍ରଥମ ଥର 58 ହଜାର ଅତିକ୍ରମ କରିଛି । ଶୁକ୍ରବାର ସକାଳ ପାଖାପାଖି 9ଟା 19 ସମୟରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 263 ଅଙ୍କ ଉଛୁଳି 58, 115.69ରେ ପହଞ୍ଚିଛି ।

ସକାଳ ସମୟରେ ସେନସେକ୍ସ 131 ଅଙ୍କ ବୃଦ୍ଧି ସହ 57, 983.45ରେ ଖୋଲି ଥିଲା । ଏହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି 28ବୃଦ୍ଧି ପାଇ 17,262.45ରେ ଖୋଲି କିଛି ସମୟ ଭିତରେ 77 ଅଙ୍କ ଉଛୁଳି 17,311.95ରେ ପହଞ୍ଚିଥିଲା । ପ୍ରାରମ୍ଭିକ କାରବାରରେ 1,315 ସେୟାରରେ ବୃଦ୍ଧି ଆସିଛି, 348 ସେୟାର ମୂଲ୍ୟ ହ୍ରାସ ହୋଇଛି ଏବଂ 98ଟି ସେୟାରରେ କୌଣସି ପରିବର୍ତ୍ତନ ଦେଖାଯାଇ ନାହିଁ ।

ବିଶ୍ଲେଷକମାନେ କହିଛନ୍ତି, ବୈଶ୍ବିକ ବଜାରରେ ମଜବୁତ ସଙ୍କେତ ଭାରତୀୟ ସୂଚକାଙ୍କରେ ବୃଦ୍ଧି ଆଣିଛି । ଅଟୋ ସେୟାରରେ ଭଲ କାରବାର ପରିଲକ୍ଷିତ ହୋଇଛି । ସପ୍ତାହର ଚତୁର୍ଥ କାରବାର ଦିବସରେ ଅର୍ଥାତ୍ ଗୁରୁବାର ପୁରା ଦିନ ଅପ୍ ଡାଉନ ପରେ ସେୟାର ବଜାର ସବୁଜ ସଙ୍କେତ ସହ ବନ୍ଦ ହୋଇଥିଲା । ସେନସେକ୍ସ 514.33 ଅଙ୍କ ବୃଦ୍ଧି ହୋଇ 57, 852.54 ସ୍ତରରେ ବନ୍ଦ ହୋଇଥିଲା । ସେହିପରି ନିଫ୍ଟ 157.90 ଅଙ୍କ ବୃଦ୍ଧି ସହ 17,234.25 ସ୍ତରରେ ବନ୍ଦ ହୋଇଥିଲା ।

@IANS

Last Updated : Sep 3, 2021, 5:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.