ମୁମ୍ବାଇ: ଉଠାଣି-ଗଡାଣି ସହ ବନ୍ଦ ହୋଇଛି ଭାରତୀୟ ସେୟାର ବଜାର । କିନ୍ତୁ ସେନସେକ୍ସ ସୂଚକାଙ୍କ ଦ୍ରୁତ ଅଭିବୃଦ୍ଧି ସହ କାରବାର କରୁଥିବା ଦେଖିବାକୁ ମିଳିଥିଲା । ଫଳରେ ନିବେଶକ ସୋମବାର ଭଳି ଅଧିକ ପ୍ରଫିଟ କମାଇଛନ୍ତି ।
ମଙ୍ଗଳବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ କାରବାର ଶେଷ ସୁଦ୍ଧା 7.11ପଏଣ୍ଟ ବଢି 39,097.14 ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) 50ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 11.90ପଏଣ୍ଟର ଅଭିବୃଦ୍ଧି ହୋଇ 11,588.30 ବନ୍ଦ ହୋଇଥିଲା ।
କାରବାର ଆରମ୍ଭରୁ ସେନସେକ୍ସ 39,135.2ରେ ଖୋଲିଥିଲା । ପରେ ଅଭିବୃଦ୍ଧି ହୋଇ 39,306.37 ସ୍ତରକୁ ଛୁଇଁଥିଲା । ହେଲେ ମଧ୍ୟାହ୍ନ ସମୟରେ ଏହା 38,913.06କୁ ଖସିଥିବା ଦେଖିବାକୁ ମିଳିଥିଲା । ସେହିପରି ନିଫ୍ଟି ମଧ୍ୟ ଅସ୍ଥିର ରହିଥିଲା । 11,590.70 ରେ କାରବାର ଆରମ୍ଭ ହୋଇଥିଲା ବେଳେ ମଝିରେ 11,539.20 ଖସିଥିଲା ।
ସୋମବାର କାରବାର ଶେଷ ସୁଦ୍ଧା ସେନସେକ୍ସ 39,090.03 ଓ ନିଫ୍ଟି 11,600.20 ଅଙ୍କରେ ବନ୍ଦ ହୋଇଥିଲା ।