ETV Bharat / business

ଐତିହାସିକ ରେକର୍ଡ ପରେ ରେଡ ଆଲର୍ଟ, ହ୍ରାସରେ ବନ୍ଦ ବଜାର

ପୁଞ୍ଜି ବଜାରରେ ଛାଇଗଲା କଳା ବାଦଲ । ସକାଳେ ଐତିହାସିକ ରେକର୍ଡ ପରେ ରେଡ ଆଲର୍ଟରେ ବନ୍ଦ କାରବାର । ଅଧିକ ପଢନ୍ତୁ..

author img

By

Published : Jan 21, 2021, 5:34 PM IST

ଐତିହାସିକ ରେକର୍ଡ ପରେ ରେଡ ଆଲର୍ଟ, ହ୍ରାସରେ ବନ୍ଦ ବଜାର
ଐତିହାସିକ ରେକର୍ଡ ପରେ ରେଡ ଆଲର୍ଟ, ହ୍ରାସରେ ବନ୍ଦ ବଜାର

ମୁମ୍ବାଇ: ଦରଦାମ ବୃଦ୍ଧି ପରେ ତଳମୁହାଁ ବଜାର । ଆଜି ପ୍ରଥମ ଥର ପାଇଁ 50 ହଜାରର ଐତିହାସିକସ୍ତର ପାର କରିଥିବା ସେନସେକ୍ସ କାରବାର ଶେଷ ସୁଦ୍ଧା ପୁଣି ଖସିଲା । ନିଫ୍ଟି ମଧ୍ୟ 14600 ପଏଣ୍ଟ ତଳେ ବନ୍ଦ ହୋଇଛି । ପୁଣେର ସେରମ ଇଷ୍ଟିଚ୍ୟୁଟରେ ନିଆଁ ଲାଗିବା ଖବରରେ ନିବେଶକ ନିରାଶ ହୋଇଥିଲା ବେଳେ ଇକ୍ୟୁଟି ମାର୍କେଟ ବମ୍ପର ଅଭିବୃଦ୍ଧି ହରାଇଛି ।

ହେଭିୱେଟ ଇଣ୍ଡେକ୍ସ ଇମ୍ପୋସିସ, ଏଚଡିଏଫସି , ଟିସିଏସ ସେୟାର ସେଲ ଯୋଗୁଁ ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସକାଳେ ବଢିଚାଲିଥିଲା । ହେଲେ ପରେ ସେନସେକ୍ସ 167.36 ପଏଣ୍ଟ ଖସି 49,624.76 ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 54.35 ପଏଣ୍ଟ କମି 14,590.35 ପଏଣ୍ଟ ଛୁଇଁଛି ।

ସେନସେକ୍ସ ଲିଷ୍ଟରେ ONGC ସବୁଠୁ ଅଧିକ କ୍ଷତି ଆଜି ସହିଥିଲା ବେଳେ ଭାରତୀ ଏୟାରଟେଲ, ଏସବିଆଇ, ଏଣ୍ଟିପିସି, ସନ ଫାର୍ମା, ଆଇଟିସି ଆଦି ତଳେ ରହିଛି । ଅନ୍ୟପଟେ ବଜାଜ ଫାଇନାନ୍ସ, ବଜାଜ ଅଟୋ, ରିଲାଏନ୍ସ , ବଜାଜ ଫିନସର୍ଭ ଏବଂ ଅସିଆନ ପେଣ୍ଟସ ଅଧିକ ଲାଭରେ ରହିଛି ।

ଏଥିମଧ୍ୟରେ ଡଲାର ତୁଳନାରେ ଟଙ୍କା 6 ପଇସା ମଜବୁତ ହୋଇ 72.99ରେ ପହଞ୍ଚିଛି । ଯାହାକି 5 ବର୍ଷର ସର୍ବୋଚ୍ଚ ସ୍ତର । ଅନ୍ୟପଟେ ବୈଶ୍ବିକ ବଜାରରେ ବ୍ରେଣ୍ଟ କ୍ରୁଡ 0.89 ପ୍ରତିଶତ କମି ବ୍ୟାରେଲ ପ୍ରତି 55.58 ଡଲାର ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.