ETV Bharat / business

ସାତ ସପ୍ତାହରେ ସର୍ବୋଚ୍ଚରେ ଟଙ୍କା, ଡଲାର ଦୁର୍ବଳ

author img

By

Published : Dec 9, 2020, 8:59 PM IST

ଘରୋଇ ସେୟାର ବଜାର ମାଇଲଖୁଣ୍ଟ ଛୁଇଁଲାବେଳେ ଟଙ୍କାର ବିନିମୟ ଦର ସର୍ବୋଚ୍ଚ ସ୍ତରରେ । ଡଲାର ତୁଳନାରେ ଆଜି ମଜବୁତ ଟଙ୍କା । ଅଧିକ ପଢନ୍ତୁ..

ସାତ ସପ୍ତାହର ସର୍ବୋଚ୍ଚରେ ଟଙ୍କା, ଡଲାର ଦୁର୍ବଳ

ନୂଆଦିଲ୍ଲୀ: ଘରୋଇ ସେୟାର ବଜାରରେ ପ୍ରଫିଟ ଓ ବିଦେଶୀ ପୁଞ୍ଜି ନିବେଶ ପ୍ରବାହ ବଢିବା ଦ୍ବାରା ଡଲାର ତୁଳନାରେ ଟଙ୍କା ମଜବୁତ ହୋଇଛି । ବୁଧବାର ଅନ୍ତରାଷ୍ଟ୍ରୀୟ ବିଦେଶୀ ମୁଦ୍ରା ବଜାରରେ ଟଙ୍କାର ବିନିମୟ ମୂଲ୍ୟ 3 ପଇସା ମଜବୁତ ହୋଇଛି । ଫଳରେ ଡଲାର ତୁଳନାରେ ଟଙ୍କା 73.57ରେ ବନ୍ଦ ହୋଇଛି ।

ବଜାର ସୂତ୍ର ଅନୁସାରେ ବିଦେଶୀ ବଜାରରେ ଡଲାର ଦୁର୍ବଳ ହେବା ଯୋଗୁଁ ଟଙ୍କାକୁ ସମର୍ଥନ ମିଳିଲା । ଆଜି ସକାଳେ ବିଦେଶୀ ମୁଦ୍ରା ବିନିମୟ ବଜାରରେ ଡଲାର ପ୍ରତି ଟଙ୍କା 73.58 ରେ ଖୋଲିଥିଲାବେଳେ କାରବାର ସମୟରେ 73.49 ଟଙ୍କା ସହ ଆଜିର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା । ତେବେ କାରବାର ଶେଷ ସୁଦ୍ଧା ଏହା ଗତ ବନ୍ଦ ଦିବସ ତୁଳନାରେ 3 ପଇସା ବୃଦ୍ଧିର ସହ ଆଜି ବନ୍ଦ ହୋଇଛି ।

ମଙ୍ଗଳବାର ଟଙ୍କାର ବିନିମୟ ଦର 30 ପଇସା ବଢିବା ସହ ପାଖାପାଖୀ ଦେଢ ମାସର ସର୍ବୋଚ୍ଚ ସ୍ତର ଡଲାର ପ୍ରତି73.60 ଟଙ୍କାରେ ବନ୍ଦ ହୋଇଥିଲା ।

ବୈଶ୍ବିକ ତେଲ ବଜାରରେ ବ୍ରେଣ୍ଟ କ୍ରୁଡ 1.06 ପ୍ରତିଶତ ବଢିବା ସହ ବ୍ୟାରେଲ ପ୍ରତି 49.36 ଡଲାର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.