ETV Bharat / business

ଡଲାର ବଳବାନ, ଟଙ୍କା ଚିତପଟ୍ଟାଙ୍ଗ

author img

By

Published : Nov 4, 2020, 5:46 PM IST

ଡଲାର ତୁଳନାରେ ଖସିଲା ଭାରତୀୟ ମୁଦ୍ରା । ବୁଧବାର ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ହୋଇ 74.76ରେ ପହଞ୍ଚିଛି । ଅଧିକ ପଢନ୍ତୁ..

ଡଲାର ବଳବାନ, ଟଙ୍କା ଚିତପଟ୍ଟାଙ୍ଗ
ଡଲାର ବଳବାନ, ଟଙ୍କା ଚିତପଟ୍ଟାଙ୍ଗ

ମୁମ୍ବାଇ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଡଲାର ମଜବୁତ ହୋଇଛି । ବୁଧବାର ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ 35 ପଇସା ହ୍ରାସ ହୋଇଛି । ଫଳରେ ଟଙ୍କାର ମୂଲ୍ୟ ଡଲାର ପିଛା 74.76 ରେ ବନ୍ଦ ହୋଇଛି ।

ବିଦେଶୀ ମୁଦ୍ରା ବିନିମୟରେ ଆମେରିକୀୟ ମୁଦ୍ରା ତୁଳନାରେ ଟଙ୍କା 74.74ରେ ଖୋଲିଥିବାବେଳେ କାରବାର ଶେଷ ସୁଦ୍ଧା ଏହା ଡଲାର ପ୍ରତି 74.76 ଟଙ୍କାରେ ପହଞ୍ଚିଛି । ଯାହାକି ପୂର୍ବ କାରବାର ବନ୍ଦ ତୁଳନାରେ 35 ପଇସା ହ୍ରାସକୁ ଦର୍ଶାଉଛି । ମଙ୍ଗଳବାର ଟଙ୍କା, ଡଲାର ତୁଳନାରେ 74.41ରେ ବନ୍ଦ ହୋଇଥିଲା ।

ଆମେରିକାରେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ମତଗଣନାରେ ପୂର୍ବ ଉପରାଷ୍ଟ୍ରପତି ତଥା ଡେମୋକ୍ରେଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ବାଇଡେନ ଆଗୁଆ ଅଛନ୍ତି । ସେପଟେ କିନ୍ତୁ ତାଙ୍କର ପ୍ରତିଦ୍ବନ୍ଦୀ ତଥା ରିପବ୍ଲିକାନ ଆଶାୟୀ ଡୋନାଲ୍ଡ ଟ୍ରମ୍ପ ସହ ତାଙ୍କର କାଣ୍ଟେ କି ଟକ୍କର ଜାରି ଅଛି ।

ସଦ୍ୟ ରିପୋର୍ଟରେ 538‘ ଇଲେକ୍ଟୋରଲ କଲେଜ ସିଟ’ ମଧ୍ୟରୁ ବାଇଡେନର 220 ଓ ଟ୍ରମ୍ପଙ୍କ 213ରେ ବିଜୟୀ ହେବା ଆକଳନ କରାଯାଉଛି ।

ଏଥିମଧ୍ୟରେ ଛଅ ପ୍ରମୁଖ ମୁଦ୍ରା ତୁଳନାରେ ଆମେରିକୀୟ ଡଲାର ସ୍ଥିତିକୁ ଦର୍ଶାଉଥିବା ଡଲାର ସୂଚକାଙ୍କ 0.35 ପ୍ରତିଶତ ବଢି 93.88 ରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.