ETV Bharat / business

ବଦଳୁଛି ନିବେଶକ ଧାରଣା, ଡଲାର ତୁଳନାରେ ଟଙ୍କା ଦୁର୍ବଳ

author img

By

Published : Apr 22, 2021, 9:14 PM IST

ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ 6 ପଇସା ଖସିଛି । ଫଳରେ ଟଙ୍କାର ମୂଲ୍ୟ ଆଜି ପ୍ରତି ଡଲାର 74.94 ରହିଛି । ଅଧିକ ପଢନ୍ତୁ..

Rupee slips 6 paise to 74.94 against U.S. dollar as COVID-19

ନୂଆଦିଲ୍ଲୀ: ଅନ୍ତରବ୍ୟାଙ୍କ ବିଦେଶୀ ବିନିମୟ ବଜାରରେ ଗୁରୁବାର ଟଙ୍କା ଦୁର୍ବଳ ହୋଇଛି । ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ 6 ପଇସା ଖସିଛି । ଫଳରେ ଟଙ୍କାର ମୂଲ୍ୟ ଆଜି ପ୍ରତି ଡଲାର 74.94 ରହିଛି ।

ଲଗାତାର କୋଭିଡ ସଂକ୍ରମଣ ମାମଲା ବୃଦ୍ଧି ମଧ୍ୟରେ ବିଭିନ୍ନ ରାଜ୍ୟ ଯାତାୟତ ଉପରେ ଅଙ୍କୁଶ ଲଗାଉଛି । ଫଳରେ ନିବେଶକଙ୍କ ଧାରଣା ପ୍ରଭାବିତ ହୋଇଛି । ଯାହାର ପ୍ରଭାବରେ ଟଙ୍କା ମୂଲ୍ୟ ତଳକୁ ଖସିଛି ।

ଅନ୍ତରବ୍ୟାଙ୍କ ବିଦେଶୀ ମୁଦ୍ରା ବିନିମୟ ବଜାରରେ ଟଙ୍କା, ଡଲାର ତୁଳନାରେ 75.25ରେ ଖୋଲିଥିଲା । ଏହା କାରବାର ସମୟରେ 74.82 ରୁ 75.26 ମଧ୍ୟରେ ରହିଥିଲା । ଶେଷରେ ଟଙ୍କା 6 ପଇସା ଦୁର୍ବଳ ହୋଇ ଡଲାର ପ୍ରତି 74.94ରେ ବନ୍ଦ ହୋଇଛି । ମଙ୍ଗଳବାର ଟଙ୍କାର ବିନିମୟ ମୂଲ୍ୟ 74.88ରେ ଥିଲା । ତେବେ ବୁଧବାର ରାମନବମୀ ଅବସରରେ ବଜାର ବନ୍ଦ ଥିଲା ।

ଗୁରୁବାର ଛଅ ଅନ୍ୟ ମୁଦ୍ରା ତୁଳନାରେ ଟଙ୍କାର ମୂଲ୍ୟକୁ ଦର୍ଶାଉଥିବା ଡଲାର ସୂଚକାଙ୍କ 0.07 ପ୍ରତିଶତ କ୍ଷତି ସହ 91.09ରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.