ନୂଆଦିଲ୍ଲୀ: ବିଦେଶୀ ପୁଞ୍ଜି ପ୍ରବାହ ଜାରି ମଧ୍ୟରେ ଶୁକ୍ରବାର ଆମେରକୀୟ ଡଲାର ତୁଳନାରେ ମଜବୁତ ହୋଇଛି ଟଙ୍କା । ଟଙ୍କାର ବିନିମୟ ମୂଲ୍ୟ 12 ପଇସା ସୁଦୃଢ ହୋଇ 72.75 ସ୍ତରରେ ବନ୍ଦ ହୋଇଛି ।
ଅନ୍ତରବ୍ୟାଙ୍କ ବିଦେଶୀ ମୁଦ୍ରା ବଜାରରେ ଟଙ୍କା ଡଲାର ମୁକାବିଲାରେ 72.79ରେ ଖୋଲିଥିଲା । ଆଉ ଦିନର କାରବାର ସମୟରେ ଏହା 72.75 ର ସର୍ବୋଚ୍ଚ ସ୍ତର ଓ 72.83 ର ନିମ୍ନ ସ୍ତରରେ ରହିଥିଲା । ଶେଷରେ ଟଙ୍କା ଡଲାର ତୁଳନାରେ 72.75 ବନ୍ଦ ହୋଇଛି । ଯାହାକି ପୂର୍ବ ବନ୍ଦ ତୁଳନାରେ ପ୍ରାୟ 12 ପଇସା ବୃଦ୍ଧିକୁ ଦର୍ଶାଉଛି ।
ଗୁରୁବାର ଟଙ୍କା ଡଲାର ମୁକାବିଲାରେ 72.87ରେ ବନ୍ଦ ହୋଇଥିଲା । ଏଥିମଧ୍ୟରେ ଛଅ ପ୍ରମୁଖ ମୁଦ୍ରା ତୁଳନାରେ ଆମେରୁକୀୟ ଡଲାର ସ୍ଥିତିକୁ ଦର୍ଶାଉଥିବା ଡଲାର ସୂଚକାଙ୍କ 0.20 ପ୍ରତିଶତ ବଢି 90.60 ରେ ପହଞ୍ଚିଛି ।
ଅଶୋଧିକ ତୈଳ ଦାମରେ ମଧ୍ୟ ହ୍ରାସ ଓ ବିଦେଶୀ ପୁଞ୍ଜି ପ୍ରବାହ ମଧ୍ୟରେ ଟଙ୍କା ମଜବୁତ ହୋଇଛି । ଏଥିସହ ବ୍ୟାପକ ଆର୍ଥିକ ରିପୋର୍ଟରେ ସୁଧାର ଆଶା ମଧ୍ୟ ଟଙ୍କାକୁ ଭିଟାମିନ ଦେଇଛି । ବିଦେଶୀ ମୁଦ୍ରା କାରୋବାରୀ କହିଛନ୍ତି କି ପ୍ରତିଯୋଗୀଙ୍କୁ ମୁଦ୍ରାସ୍ପୀତି ଓ ଔଦ୍ୟୋଗିକ ଉତ୍ପାଦନର ପରିମାଣ ଉପରେ ନଜର ରହିଛି ।
ସେପଟେ ବୈଶ୍ବିକ ତେଲ ମାନକ ବ୍ରେଣ୍ଟ କ୍ରୁଡ ଫ୍ୟୁଚର 0.64 ପ୍ରତିଶତ ହ୍ରାସ ହୋଇ ବ୍ୟାରେଲ ପିଛା 60.75 ଡଲାର ଅଛି ।