ETV Bharat / business

ଲଗାତାର ତଳମୁହାଁ ଟଙ୍କା ମୂଲ୍ୟ, ଡଲାର ବଳବାନ

author img

By

Published : Mar 25, 2021, 8:08 PM IST

ଗୁରୁବାର ଆମେରକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ହୋଇଛି । ଆଜି 1 ଡଲାର 72.62 ଟଙ୍କାରେ ପହଞ୍ଚିଛି । ଅଧିକ ପଢନ୍ତୁ..

ଲଗାତାର ତଳମୁହାଁ ଟଙ୍କା ମୂଲ୍ୟ , ଡଲାର ବଳବାନ
ଲଗାତାର ତଳମୁହାଁ ଟଙ୍କା ମୂଲ୍ୟ , ଡଲାର ବଳବାନ

ନୂଆଦିଲ୍ଲୀ: ଭାରତ ସମେତ ଅନ୍ୟ ଦେଶରେ କୋରୋନା ଭାଇରସର ମାମଲା ବୃଦ୍ଧି ନେଇ ଚିନ୍ତାରେ ନିବେଶକ । ଫଳରେ ଗୁରୁବାର ଆମେରକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ହୋଇଛି । ଆଜି 1 ଡଲାର 72.62 ଟଙ୍କାରେ ପହଞ୍ଚିଛି ।

ଅନ୍ତରବ୍ୟାଙ୍କ ବିଦେଶୀ ବିନିମୟ ବଜାରରେ ଆମେରକୀୟ ଡଲାର ତୁଳନାରେ 72.68 ରେ ଖୋଲିଥିଲା ଟଙ୍କା । ହେଲେ କାରବାର ସମୟରେ କାରବାର କ୍ଷତି ମଧ୍ୟରେ ଶେଷ ସୁଦ୍ଧା ଟଙ୍କା 7 ପଇସା ହ୍ରାସ ହୋଇ 72.62 ରେ ବନ୍ଦ ହୋଇଛି ।

ଏଥିମଧ୍ୟରେ ବିଶ୍ବର 6 ପ୍ରମୁଖ ମୁଦ୍ରା ତୁଳନାରେ ଡଲାରର ସ୍ଥିତିକୁ ଦର୍ଶାଉଥିବା ଡଲାର ସୂଚକାଙ୍କ 0.14 ପ୍ରତିଶତ ବୃଦ୍ଧି ସହ 92.66 ରହିଛି ।

ସେପଟେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ 1.40 ପ୍ରତିଶତ ଖସିବା ସହ ବ୍ୟାରେଲ ପ୍ରତି 63.32 ଡଲାରର ବନ୍ଦ ହୋଇଛି । ବିଶେଷଜ୍ଞଙ୍କ ଅନୁସାରେ ଭାରତରେ କୋଭିଡ-19ର ଦ୍ବିତୀୟ ଲହରୀ ଓ ୟୁରୋପରେ ତୃତୀୟ ପର୍ଯ୍ୟାୟ ଲହରୀ ଯୋଗୁଁ ବଜାରର ଅନିଶ୍ଚିତତା ଆଡକୁ ଠେଲି ହୋଇଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.