ETV Bharat / business

ରିଲାଏନ୍ସର ନୂଆ ରେକର୍ଡ: 200 ଅରବ ଡଲାର ଡେଇଁଲା ବଜାର ପୁଞ୍ଜିକରଣ

author img

By

Published : Sep 10, 2020, 8:06 PM IST

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବଡ ସଫଳତା । 200 ଅରବ ଡଲାର ବଜାର ପୁଞ୍ଜିକରଣ ଟପିବା ସହ ଦେଶର ପ୍ରଥମ କମ୍ପାନୀ ହେଲୋ ଆରଆଇଏଲ । ଏଥିସହ ସେୟାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଅଧିକ ପଢନ୍ତୁ..

ରିଲାଏନ୍ସର ନୂଆ ରେକର୍ଡ: 200 ଅରବ ଡଲାର ଡେଇଁଲା ବଜାର ପୁଞ୍ଜିକରଣ
ରିଲାଏନ୍ସର ନୂଆ ରେକର୍ଡ: 200 ଅରବ ଡଲାର ଡେଇଁଲା ବଜାର ପୁଞ୍ଜିକରଣ

ମୁମ୍ବାଇ: ଗୁରୁବାର ସେୟାର ବଜାରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଧମାକାଦାର ପ୍ରଦର୍ଶନ । ବଜାର ପୁଞ୍ଜିକରଣରେ ନୂଆ କୀର୍ତ୍ତିମାନ ରଚିଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆରଆଇଏଲ) । 200 ଅରବ ଡଲାର (ପାଖାପାଖି 15 କୋଟି ଟଙ୍କା) ବଜାର ପୁଞ୍ଜିକରଣ ଟପିଲା ସହ ଭାରତର ପ୍ରଥମ ସର୍ବବୃହତ୍ତ କମ୍ପାନୀ ହେଲା ଆରଆଇଏଲ । ଏଥିମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସେୟାର୍ସ ମଧ୍ୟ ବଜାର ବନ୍ଦ ସୁଦ୍ଧା ନୂଆ ରେକର୍ଡ ସୃଷ୍ଟି କରିଛି ।

ବିଶେଷ କରି, 2020 ମାର୍ଚ୍ଚରେ ଆରଆଇଏଲ ଷ୍ଟକରେ ଦେଖାଦେଇଥିବା ବୃଦ୍ଧି ପରେ 165 ପ୍ରତିଶତ ବଢିଛି । କୋରୋନା ଭାଇରସ ସଙ୍କଟ ମଧ୍ୟରେ ବି ଭଲ ନିବେଶ ଯୋଗୁଁ କ୍ରମାନୁକ୍ରମେ ଆରଆଇଏଲ ସେୟାରରେ 55 ପ୍ରତିଶତ ବୃଦ୍ଧି ହୋଇଛି ।

ବ୍ଲୁମବର୍ଗର ରିପୋର୍ଟରେ କୁହାଯାଇଛି କି, ରିଲାଏନ୍ସ ନିଜ ଖୁଚୁରା କାରବାରରେ ପାଖାପାଖି 20 ବିଲିୟନ ଡଲାର ଅଂଶଧନ ବୈଶ୍ବିକ ଇ-କମର୍ସ କମ୍ପାନୀ ଆମାଜନକୁ ବିକ୍ରି ପାଇଁ ପ୍ରସ୍ତୁତ ହେଉଛି । ଏହା ପରେ ଗୁରୁବାର କାରବାର ସମୟରେ ଆରଆଇଏଲ ଷ୍ଟକରେ 8.5 ପ୍ରତିଶତ ବୃଦ୍ଧି ରେକର୍ଡ ହୋଇଛି । ଏହି ଷ୍ଟକ କାରବାର ଶେଷ ସୁଦ୍ଧା 7.3% ବୃଦ୍ଧି ସହ 2,319 ଟଙ୍କାରେ ବନ୍ଦ ହୋଇଛି ।

ବଡ କଥା କି ବୁଧବାର ଆରଆଇଏଲ ଘୋଷଣା କରିଛି କି ସିଲଭର ଲେକ ପାର୍ଟନର ୟୁନିଟ ରିଟେଲ କାରବାର (RRVL)ର 1.75 ପ୍ରତିଶତ ଅଂଶଧନ ବଦଳରେ 7,500 କୋଟି ଟଙ୍କା ନିବେଶ କରିବ । ଏହି ଖବରରେ ଆଜି ଆରଆଇଏଲର ସେୟାରର ଜବରଦସ୍ତ ବୃଦ୍ଧି ଦେଖାଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.