ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମେଗା ରାଇଟ୍ସ ଇସ୍ୟୁ ପ୍ରଥମ ଦିନରେ ଓଭର ସବସ୍କ୍ରାଇବ ହୋଇଛି । ଷ୍ଟକ ଏକ୍ସଚେଞ୍ଜର ବିଏସଇ ଓ ଏନଏସଇର ତଥ୍ୟ ଅନୁସାରେ ଜୁନ୍ ପହିଲାରେ ଇସ୍ୟୁ 1.1 ଗୁଣା ସବସ୍କ୍ରାଇବ ହୋଇଛି ।
ଅପରାହ୍ନ 5ଟା ରେ ଷ୍ଟକ ଏକ୍ସଚେଞ୍ଜର ସବସ୍କ୍ରିପସନ ତଥ୍ୟ ଅୁସାରେ ରିଲାଏନ୍ସର ରାଇଟ୍ସ ଇସ୍ୟୁ 46.04 କୋଟି ସେୟାର ପାଇଁ ଆବେଦନ ଆସିଛି । ରିଲାଏନ୍ସର ରାଇଟ୍ସ ଇସ୍ୟୁ 42.26 କୋଟି ସେୟାରରେ ରହିଛି । କମ୍ପାନୀର ଏହି ଇସ୍ୟୁ ଜରିଆରେ 53,124 କୋଟି ଟଙ୍କା ଏକତ୍ର ପାଇଁ ଯୋଜନା ଚାଲିଛି ।
ବିଏସଇ ତଥ୍ୟ ଅନୁସାରେ 44.85 କୋଟି ରାଇଟ୍ସ ସେୟାରର ଆବେଦନ ମିଳିଛି । ସେପଟେ ଏନଏସଇରେ 0.57 କୋଟି ରାଇଟ୍ସ ସେୟାର ପାଇଁ ଆବେଦନ ଆସିଛି । ସେହିପରି non-ASBA ଜରିଆରେ 0.62 ଲକ୍ଷ ସେୟାରର ଆବେଦନ ମିଳିଛି ।
ଅଧିକ ସବସ୍କ୍ରିପସନ ସୂଚାଇଥାଏ ଯେ ନିବେଶକମାନେ ସେମାନଙ୍କର ଅଧିକାର ଠାରୁ ଅଧିକ ଅଂଶଧନ ପାଇଁ ଆବେଦନ କରୁଛନ୍ତି । ଏହି ଇସ୍ୟୁ ଜୁନ 3ରେ ବନ୍ଦ ହେବ । ଫଳରେ ଏବେ ନିବେଶଙ୍କ ପାଖରେ ଆବେଦନ ପାଇଁ ଆଉ ମାତ୍ର 2 ଦିନ ସମୟ ରହିଛି ।
କମ୍ପାନୀର ଭବିଷ୍ୟତ ଓ ଚାହିଦା ଉପରେ ନିବେଶକଙ୍କ ବିଶ୍ବାସ ରହିଛି । ଏଥିଯୋଗୁଁ ଆବେଦନ ବଢିଚାଲିଛି ।