ନୂଆଦିଲ୍ଲୀ: ଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀ ଆଉ ଏକ ବଡ ସଂସ୍ଥାକୁ କିଣିଛନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଏକ ସହକାରୀ କମ୍ପାନୀ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍(ଆରଆଭିଏଲ)ଫ୍ୟୁଚର ଗ୍ରୁପ୍ ର ଖୁଚୁରା ଏବଂ ହୋଲସେଲ ବ୍ୟବସାୟ ଲଜିଷ୍ଟିକ୍ସ ଓ ଗୋଦାମ ବ୍ୟବସାୟ କାରବାରକୁ କିଣିଛନ୍ତି । ଏନେଇ କମ୍ପାନୀ ଶନିବାର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି । ଦେଶର 420ଟି ସହରରେ ଥିବା ବିଗ ବଜାର, ଇଜିଡେ ଓ ଏଫବିବିର 1800ରୁ ଅଧିକ ଷ୍ଟୋରରକୁ କମ୍ପାନୀକୁ 24713 କୋଟିରେ କ୍ରୟ କରିଛି ।
ଏକଦା ଭାରତୀୟ ଖୁଚୁରା ଶିଳ୍ପର ସମ୍ରାଟ କୁହାଯାଉଥିବା କିଶୋର ରିୟାନି ଏହି ବ୍ୟବସାୟକୁ ସାମ୍ରାଜ୍ୟକୁ ପ୍ରତିଷ୍ଠା କରିଥିଲେ । କିଶୋର ଗଠନ କରିଥିବା ବିଗ ବଜାର, ବ୍ରାଣ୍ଡ ଫ୍ୟାକ୍ଟ୍ରି, ଫୁଡ ହଲ ଆଗକୁ ମୁକେଶଙ୍କ ଦ୍ବାରା ପରିଚାଳିତ ହେବ । RRFLL ମିଶ୍ରଣ ପରେ ଫ୍ୟୁଚର ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ ରେ ମଧ୍ୟ ବିନିଯୋଗ କରିବ । ଏହା ଏକ ଅଗ୍ରାଧିକାର ଭିତ୍ତିରେ 1200 କୋଟି ବିନିଯୋଗ କରିବ ଏବଂ ଫ୍ୟୁଚର ଏଣ୍ଟରପ୍ରାଇଜେସ୍ ଲିମିଟେଡରେ 6.09 ପ୍ରତିଶତ ଅଂଶଧନ କ୍ରୟ କରିବ ।
ଫ୍ୟୁଚର ଗ୍ରୁପର ଏହି ସବୁ କମ୍ପାନୀ କିଣିବା ପରେ ଖୁଚୁରା ଷ୍ଟୋର ବଜାରରେ ମୁକେଶ ଏକଛତ୍ରବାଦୀ ସମ୍ରାଟ ଭାବେ ହୋଇଛନ୍ତି । ନିଜ ମୁଣ୍ଡରେ ଥିବା ଋଣ ବୋଝ ହାଲୁକା କରିବାକୁ କିଶୋର ନିଜର ଏହି ବହୁମୂଲ୍ୟ ସଂସ୍ଥା ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି ।