ETV Bharat / business

ଗୁଜବରେ ଧ୍ୟାନ ଦିଅନ୍ତୁ ନାହିଁ, ବନ୍ଦ ହେବନି କୌଣସି ବ୍ୟାଙ୍କ

କୌଣସି ମଧ୍ୟ ବ୍ୟାଙ୍କ ବନ୍ଦ ହେବନି । ଏଣୁ ସୋସିଆଲ ମିଡିଆରେ ଚାଲିଥିବା ମିଥ୍ୟା ଗୁଜବକୁ ବିଶ୍ବାସ ନ କରିବାକୁ ଗ୍ରାହକଙ୍କୁ ପରାମର୍ଶ ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ ।

ପ୍ରତିକାତ୍ମକ ଫଟୋ
author img

By

Published : Sep 26, 2019, 11:29 AM IST

ମୁମ୍ବାଇ: ସୋସିଆଲ ମିଡିଆରେ ପ୍ରଚାରିତ ମିଥ୍ୟା ଖବର ଉପରେ ରୋକ ଲଗାଇବାକୁ ମୁହଁ ଖୋଲିଲା ଆରବିଆଇ । ବନ୍ଦ ହେବନି କୌଣସି ବ୍ୟାଙ୍କ । ଏ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ପ୍ରକାଶ ଥାଉ ଯେ, ଆରବିଆଇ 9 ବାଣିଜ୍ୟିକ ବ୍ୟାଙ୍କ ବନ୍ଦ କରିବାକୁ ଯାଉଥିବା ନେଇ ଗତ କିଛି ଦିନ ଧରି ବହୁ ସୋସିଆଲ ମିଡିଆ ସାଇଟରେ ପ୍ରଚାର ହେଉଥିଲା । ଏହାକୁ ଖଣ୍ଡନ କରି ଆରବିଆଇ ସହ ଅର୍ଥ ସଚିବ ଏକ ସ୍ପଷ୍ଟିକରଣ ଦେଇଛନ୍ତି ।

ଅର୍ଥ ସଚିବ ରାଜୀବ କୁମାର ସୋସିଆଲ ମିଡିଆରେ ଚାଲିଥିବା ଏହି ଖବରକୁ ଏକ ଗୁଜବ ଦର୍ଶାଇ କହିଛନ୍ତି ଯେ, ‘ସରକାର ସାର୍ବଜନୀନ ବ୍ୟାଙ୍କଗୁଡିକୁ ଟଙ୍କା ଯୋଗାଇଦେଇ ମଜବୁତ କରିବାକୁ ଯୋଜନା କରୁଛନ୍ତି, ଯେପରି ଗ୍ରାହକଙ୍କୁ ଆହୁରି ଭଲ ଭାବେ ସେବା ମିଳିବ । ଏଣୁ ଏସବୁ ବ୍ୟାଙ୍କ ବନ୍ଦ ନେଇ କୌଣସି ପ୍ରଶ୍ନ ମଧ୍ୟ ଉଠୁନି ।’

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.