ETV Bharat / business

5 ଦିନ ଧରି ପେଟ୍ରୋଲ ଓ ଡିଜେଲ ଦାମ ଅପରିବର୍ତ୍ତିତ

author img

By

Published : Jul 4, 2020, 2:04 PM IST

ବ୍ରେଣ୍ଟ କ୍ରୁଡ ମୂଲ୍ୟ ଚଳିତ ସପ୍ତାରେ ପ୍ରାୟ 2 ପ୍ରତିଶତ ଉଛୁଳିଛି । ତେବେ ବଜାର ସୂଚନା ଅନୁଯାୟୀ ଅଶୋଧିତ ତୈଳ ଦାମ ବ୍ୟାରେଲ ପିଛା ଯେବେ ଯାଏଁ 45 ଡଲାର ତଳେ ରହିଛି, ସେତେବେଳେ ପର୍ଯ୍ୟନ୍ତ ଘରୋଇ ବଜାରରେ ପେଟ୍ରୋଲ ଓ ଡିଜେଲ ଦାମ ବୃଦ୍ଧି ସମ୍ଭାବନା କମ ରହିଛି । ଅଧିକ ପଢନ୍ତୁ..

ଏ ସପ୍ତାହରେ ଅଶୋଧିତ ତୈଳ ଦାମ 2 ପ୍ରତିଶତ ବଢିଛି

ନୂଆଦିଲ୍ଲୀ: ଲମ୍ବା ଲମ୍ଫ ପରେ ତେଲ ଦାମରେ ଲାଗିଛି ବ୍ରେକ । ଆଜିକୁ 5 ଦିନ ଧରି ପେଟ୍ରୋଲ ଓ ଡିଜେଲ ଦାମ ଅପରିବର୍ତ୍ତିତ ରହିଛି । ହେଲେ ଅନ୍ତରାଷ୍ଟ୍ରୀୟ ବଜାରରେ ଏ ସପ୍ତାହରେ ଅଶୋଧିତ ତୈଳ ଦାମ ବୃଦ୍ଧି ପାଇଥିବା ଦେଖାଦେଇଛି ।

ଗତ ସପ୍ତାହ ତୁଳନାରେ ବ୍ରେଣ୍ଟ କ୍ରୁଡ ମୂଲ୍ୟ ଚଳିତ ସପ୍ତାରେ ପ୍ରାୟ 2 ପ୍ରତିଶତ ଉଛୁଳିଛି । ତେବେ ବଜାର ସୂଚନା ଅନୁଯାୟୀ ଅଶୋଧିତ ତୈଳ ଦାମ ବ୍ୟାରେଲ ପିଛା ଯେବେ ଯାଏଁ 45 ଡଲାର ତଳେ ରହିଛି, ସେତେବେଳେ ପର୍ଯ୍ୟନ୍ତ ଘରୋଇ ବଜାରରେ ପେଟ୍ରୋଲ ଓଡିଜେଲ ଦାମ ବୃଦ୍ଧି ସମ୍ଭାବନା କମ ରହିଛି । କାରଣ ପୂର୍ବରୁ ହିଁ ପେଟ୍ରୋଲ ଓ ଡିଜେଲ ଦାମରେ ବହୁତ ବୃଦ୍ଧି ହୋଇଯାଇଛି ।

ବେଞ୍ଚମାର୍କ ଅଶୋଧିତ ତୈଳ ଦାମ ଏ ସପ୍ତାହରେ ବ୍ୟାରେଲ ପିଛା 43 ଡଲାର ଟପିଛି । କିନ୍ତୁ ସପ୍ତାହ ଶେଷ ସୁଦ୍ଧା ଦାମ ସାମାନ୍ୟ ହ୍ରାସ ପାଇ 42.80 ଡଲାରରେ କାରବାର ବନ୍ଦ କରିଛି ।

ତେଲ ମାର୍କେଟିଂ କମ୍ପାନୀ ଜୁନ ମାସରେ 22 ଥର ଡିଜେଲ ଦାମ ଓ ପେଟ୍ରୋଲ 21 ଥର ବୃଦ୍ଧି କରିଛି ।

ବର୍ତ୍ତମାନ ଦିଲ୍ଲୀରେ ପେଟ୍ରୋଲ ଦାମ ଲିଟର ପିଛା 80.43 ଟଙ୍କାରେ ବିକ୍ରି ହେଉଛି । ଯେଉଁଥିରେ ପ୍ରତି ଲିଟର 51.54 ପଇସା ଟିକସ ରହିଛି । ସେହିଭଳି ଡିଜେଲ ଦାମ 80.53 ଟଙ୍କା ରହିଛି । ଏଥିରେ ପ୍ରତି ଲିଟର 50.66 ଟଙ୍କା ଟିକସ ସାମିଲ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.