ETV Bharat / business

ପୁଣି ବଢିଲା ତୈଳ ଦର, ସେଞ୍ଚୁରି ଅଭିମୁଖେ ଡିଜେଲ - ପେଟ୍ରୋଲ ଦର ବୃଦ୍ଧି

ଶନିବାର ପୁଣି ବଢିଲା ତୈଳ ଦର । ପେଟ୍ରୋଲ ଲିଟର ପିଛା 35 ପଇସା ଏବଂ ଡିଜେଲ ପିଛା 26 ପଇସା ବୃଦ୍ଧି । ଅତିଷ୍ଠ ହେଲେଣି ସାଧାରଣ ଲୋକେ । ଅଧିକ ପଢନ୍ତୁ...

କନ୍ଦାଉଛି ତୈଳ ଦର, ସେଞ୍ଚୁରି ଅଭିମୁଖେ ଡିଜେଲ
କନ୍ଦାଉଛି ତୈଳ ଦର, ସେଞ୍ଚୁରି ଅଭିମୁଖେ ଡିଜେଲ
author img

By

Published : Jul 10, 2021, 6:37 PM IST

ନୂଆଦିଲ୍ଲୀ: ପୁଣି ବଢିଲା ତୈଳ ଦର । ସାଧାରଣ ଲୋକେ ଦରଦାମ ବୃଦ୍ଧିରେ ଅତିଷ୍ଠ ହୋଇପଡିଥିବାବେଳେ ଲଗାତାର ତୈଳ ଦର ବୃଦ୍ଧି ସେମାନଙ୍କ ସମସ୍ୟାକୁ ଦ୍ବିଗୁଣିତ କରୁଛି । ଶନିବାର ପେଟ୍ରୋଲ ଲିଟର ପିଛା ଖୁଚୁରା ଦର 35 ପଇସା ଏବଂ ଡିଜେଲ ପିଛା 26 ପଇସା ବୃଦ୍ଧି ପାଇଛି । ଯାହାପରେ ବର୍ତ୍ତମାନ ଜାତୀୟ ରାଜଧାନୀରେ ପେଟ୍ରୋଲ-ଡିଜେଲ ଦର ଯଥାକ୍ରମେ 100.91 ଏବଂ 89.88 ରହିଛି । ଏହି ବୃଦ୍ଧି ସହିତ ବର୍ତ୍ତମାନ ଦେଶରେ ଡିଜେଲ ଦର ସେଞ୍ଚୁରିର ଅତି ନିକଟତର ହୋଇଛି ।

ଆଜି(ଶନିବାର) ଦେଶବ୍ୟାପୀ ତୈଳ ଦର ବୃଦ୍ଧି ପାଇଛି । କିନ୍ତୁ ଏହାର ଖୁଚୁରା ଦର ବିଭିନ୍ନ ରାଜ୍ୟର ସ୍ଥାନୀୟ ଟିକସ ସ୍ତର ଉପରେ ନିର୍ଭର କରି ଭିନ୍ନ ଭିନ୍ନ ହୋଇଛି । ବର୍ତ୍ତମାନ ସମସ୍ତ ମେଟ୍ରୋ ସିଟିରେ ଲିଟର ପିଛା 100 ଟଙ୍କା ପାର କରିଛି ପେଟ୍ରୋଲ । ସେପଟେ ତୈଳ ମାର୍କେଟିଂ କମ୍ପାନୀ କହିଛନ୍ତି ଯେ ଯଦି ଅନ୍ତର୍ଜାତୀୟ ବଜାରରେ ତୈଳ ଦରରେ ଲଗାତାର ବୃଦ୍ଧି ଜାରି ରହିବ ତେବେ ପୁନର୍ବାର ତୈଳ ଦର ବୃଦ୍ଧି ପାଇବା ନେଇ ଆଶଙ୍କା ରହିଛି ।

ଶନିବାର ପେଟ୍ରୋଲ ଡିଜେଲ ଦରରେ ନୂଆ ବୃଦ୍ଧି ସହିତ ମେ 1 ପରଠାରୁ ଏହି ବୃଦ୍ଧି ଏବେ 38 ଦିନରେ ପହଞ୍ଚିଛି । ଏହି ଅବଧି ମଧ୍ୟରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ମୋଟ 10.51 ଟଙ୍କା ଏବଂ ଡିଜେଲ ପିଛା 9.15 ଟଙ୍କା ବଢିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.