ETV Bharat / business

ଉତ୍ପାଦ ଶୁଳ୍କ ବୃଦ୍ଧି ପରେ ବି ବଢିନି ପେଟ୍ରୋଲ ଓ ଡିଜେଲ ଦାମ - ଲକଡାଉନରେ ପେଟ୍ରୋଲ ଓ ଡିଜେଲ ଦାମ

ପେଟ୍ରୋଲ ଓ ଡିଜେଲ ଉପରେ ଭାରୀ ଉତ୍ପାଦ ଶୁଳ୍କ ବୃଦ୍ଧି ପରେ ବି ଗ୍ରାହକଙ୍କ ପକେଟ ପ୍ରଭାବିତ ହୋଇନାହିଁ । ପୂର୍ବ ଭଳି ବୁଧବାର ପେଟ୍ରୋଲ ଓ ଡିଜେଲ ଦାମ ଅପରିବର୍ତ୍ତିତ ରହିଛି । ଅଧିକ ପଢନ୍ତୁ..

petrol diesel price
ଉତ୍ପାଦ ଶୁଳ୍କ ବୃଦ୍ଧି ପରେ ବି ବଢିନି ପେଟ୍ରୋଲ ଓ ଡିଜେଲ ଦାମ
author img

By

Published : May 6, 2020, 5:37 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଭାରୀ ଉତ୍ପାଦ ଶୁଳ୍କ ବୃଦ୍ଧି କରିଛନ୍ତି । ତଥାପି ବଜାର ଦର ପ୍ରଭାବିତ ହୋଇନାହିଁ । ବୁଧବାର ପୁରୁଣା ଦାମରେ ତେଲ ବିକ୍ରି ହୋଇଥିବା ଦେଖିବାକୁ ମିଳିଛି ।

ପେଟ୍ରୋଲ ଉପରେ 10 ଟଙ୍କା ଓ ଡିଜେଲ ପିଛା 13 ଟଙ୍କା ଉତ୍ପାଦ ଶୁଳ୍କ ବଢାଯାଇଛି । ଏତେ ପରିମାଣରେ ଉତ୍ପାଦ ଶୁଳ୍କରେ ବୃଦ୍ଧି ଦ୍ବାରା ପେଟ୍ରୋଲ ଓ ଡିଜେଲ ଦାମ ପାଖାପାଖି 10.15 ଟଙ୍କା ମହଙ୍ଗା ହୋଇଥାଏ । ହେଲେ ବର୍ତ୍ତମାନ ସମୟରେ ଏହି 2 ଗାଡି ଇନ୍ଧନ ଦାମରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିଛି । ଫଳରେ ଗ୍ରାହକଙ୍କ ପକେଟ ଉପରେ କୌଣସି ପ୍ରଭାବ ପଡିନି ।

ଇଣ୍ଡିଆନ ଅଏଲ ୱେବସାଇଟ ଅନୁସାରେ ଦିଲ୍ଲୀ, କୋଲକତା , ମୁମ୍ବାଇ ଓ ଚେନ୍ନାଇରେ ପେଟ୍ରୋଲ ଦାମ ଲିଟର ପିଛା ପୂର୍ବଭଳି କ୍ରମଶଃ 71.26 , 73.30, 76.31 ଓ 75.54ଟଙ୍କା ରହିଛି । ସେହିପରି 4 ମହାନଗର ନିଗମରେ ଡିଜେଲ ଦାମ ଲିଟର ପିଛା ଯଥାକ୍ରମେ 69.39, 65.62, 66.211 ଓ 68.22 ଟଙ୍କା ଅଛି ।

ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ରୋଡ ଉପକର ବାବଦରେ ଅତିରିକ୍ତ ଉତ୍ପାଦ ଶୁଳ୍କ ଲିଟର ପିଛା 8 ଟଙ୍କା ବୃଦ୍ଧି କରିଛନ୍ତି। ଏଥିସହିତ ବିଶେଷ ଅତିରିକ୍ତ ଉତ୍ପାଦ ଶୁଳ୍କ ଆକାରରେ ପେଟ୍ରୋଲ ଉପରେ 2 ଟଙ୍କା ଏବଂ ଡିଜେଲରେ ଲିଟର ପିଛା 5 ଟଙ୍କା ବୃଦ୍ଧି କରାଯାଇଛି।

ଆଇଏଏନଏସ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.