ETV Bharat / business

ଆଜି ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ କେତେ... - petrol

ଆଜି ପୁଣି ଦେଶରେ ପେଟ୍ରୋଲ-ଡିଜେଲ ଦର ବଢାଇଲେ ସରକାରୀ ତୈଳ କମ୍ପାନୀ । ବିଗତ ୪ ଦିନରେ ଚାରି ଥର ବଢିଲାଣି ଡିଜେଲ ଦର । ଅଧିକ ପଢନ୍ତୁ...

ବଢିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ କେତେ...
ବଢିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ କେତେ...
author img

By

Published : Sep 30, 2021, 2:09 PM IST

ନୂଆଦିଲ୍ଲୀ: ପୁଣି ବଢିଲା ତୈଳ ଦର । ସରକାରୀ ତୈଳ କମ୍ପାନୀ ଗୁରୁବାର ପେଟ୍ରୋଲ-ଡିଜେଲ ଦର ବଢାଇଛନ୍ତି । IOCL ମୁତାବକ, ଦେଶର ପ୍ରାୟ ସମସ୍ତ ସହରରେ ଆଜି ପେଟ୍ରୋଲ ରେଟ୍ ପ୍ରତି ଲିଟର ପିଛା ପ୍ରାୟ ୨୫ ପଇସା ବଢିଥିବାବେଳେ ଡିଜେଲ ଦରରେ ୩୦ ପଇସା ବୃଦ୍ଧି ହୋଇଛି ।

ଦେଶରୁ ସବୁଠୁ ବଡ ଇନ୍ଧନ ରିଟେଲର ବ୍ୟବସାୟୀ ଇଣ୍ଡିଆନ ଅଏଲ କର୍ପୋରେସନ(IOCL) ଅନୁଯାୟୀ, ଆଜି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ପ୍ରାୟ ୨୫ ପଇସା ବଢି ୧୦୧.୬୪ ଟଙ୍କା ଏବଂ ଡିଜେଲ ୩୦ ପଇସା ବୃଦ୍ଧି ସହ ୮୯.୮୭ ଟଙ୍କା ପ୍ରତି ଲିଟର ପିଛା ହୋଇଯାଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ୧୦୭.୭୧ ଏବଂ ଡିଜେଲ ଦର ୯୭.୫୨ ଟଙ୍କା ରହିଛି ।

ବିଗତ ୪ ଦିନ ହେଲାଣି ଦେଶରେ ଚାରି ଥର ବଢିଲାଣି ଡିଜେଲ ଦର । ଭାରତୀୟ ତୈଳ କମ୍ପାନୀ ୨୪ ତାରିଖରେ ୨୦ ପଇସା, ୨୬ ତାରିଖରେ ୨୫ ପଇସା ଏବଂ ୨୮ ତାରିଖରେ ମଧ୍ୟ ଦର ବୃଦ୍ଧି କରିଥିଲେ । ବିଦେଶୀ ମୁଦ୍ରା ମୂଲ୍ୟ ସହିତ ଅନ୍ତରାଷ୍ଟ୍ରୀୟ ବଜାରରେ କ୍ରୁଡ ଦର ଆଧାରରେ ପ୍ରତିଦିନ ପେଟ୍ରୋଲ-ଡିଜେଲ ଦର ଅପଡେଟ ହୋଇଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.