ETV Bharat / business

ତୈଳ ଦରରେ ନିଆଁ: ଲଗାତାର 17 ଦିନରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର - 17 ଦିନରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର

ଖାଉଟିଙ୍କ ଉପରେ ମହଙ୍ଗା ମାଡ । ମଙ୍ଗଳବାର ପୁଣି ବଢିଲା ତେଲ ଦର । ଅଧିକ ପଢନ୍ତୁ...

ଲଗାତାର 17 ଦିନରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର

author img

By

Published : Jun 23, 2020, 8:32 AM IST

ନୂଆଦିଲ୍ଲୀ: ଆଜି ପୁଣି ବଢିଲା ତେଲ ଦର । କ୍ରମାଗତ 17 ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି । ପେଟ୍ରୋଲ ଲିଟର ପିଛା 0.20 ପଇସା ବଢିଥିବାବେଳେ ଡିଜେଲ 0.55 ପଇସାକୁ ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 79.79 ଟଙ୍କା ଓ ଡିଜେଲ 79.40 ଟଙ୍କାରେ ପହଞ୍ଚିଛି ।

ଗତ 15 ଦିନ ଧରି ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା 35-40 ଡଲାର ରହିଛି । ସେପଟେ କିନ୍ତୁ ଦେଶର ଲଗାତାର ତେଲ ଦର ଆକାଶ ଛୁଆଁ ହେବାରେ ଲାଗିଛି । ଗତ 17 ଦିନ ମଧ୍ୟରେ ପେଟ୍ରୋଲ 8.50କୁ ବୃଦ୍ଧି ଘଟିଛି । ଡିଜେଲ ଦର 9.77 ଟଙ୍କା ମହଙ୍ଗା ହୋଇଛି ।

ଗତ କିଛି ଦିନ ଧରି ସକାଳ 6ଟାରେ ତୈଳ ଦର ବୃଦ୍ଧି ପାଉଛି । ସେହି ଅନୁସାରେ ପେଟ୍ରୋଲ ଓ ଡିଜେଲ ଦର ଲାଗୁ ହେଉଛି । ପେଟ୍ରୋଲ ଏବଂ ଡିଜେଲ ହାରରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହେଉଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.