ETV Bharat / business

ତୈଳ ଦର ବିସ୍ଫୋରଣ; ପେଟ୍ରୋଲ ଲିଟର ପିଛା 35, ଡିଜେଲ 25 ପଇସା ବୃଦ୍ଧି - 35 ପଇସା ବଢିଲା ପେଟ୍ରୋଲ

ପୁଣି ବଢିଲା ତୈଳ ଦର । ଦେଶରେ ଲଗାତାର ଦର ବୃଦ୍ଧି କରି ଚାଲିଛନ୍ତି ତୈଳ କମ୍ପାନୀ । ରବିବାର ପେଟ୍ରୋଲ ଲିଟର ପିଛା 35 ପଇସା ଏବଂ ଡିଜେଲ ଲିଟର ପିଛା 25 ପଇସା ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ତୈଳ ଦର ବିସ୍ଫୋରଣ; ପେଟ୍ରୋଲ ଲିଟର ପିଛା 35, ଡିଜେଲ 25 ପଇସା ବୃଦ୍ଧି

author img

By

Published : Jun 27, 2021, 4:30 PM IST

ନୂଆଦିଲ୍ଲୀ: ଦେଶରେ ଆକାଶଛୁଆଁ ହେଉଛି ତୈଳ ଦର । ତୈଳ କମ୍ପାନୀମାନେ ଲଗାତାର ପ୍ରତି ଦ୍ବିତୀୟ ଦିନରେ ଦର ବଢାଇ ଚାଲିଛନ୍ତି । ଆଜି(ରବିବାର) ଏହି ଦରରେ ପୁନର୍ବାର ବୃଦ୍ଧି ଘଟିଛି । ଆଜି ପେଟ୍ରୋଲ ଲିଟର ପିଛା 35 ପଇସା ଏବଂ ଡିଜେଲ ଲିଟର ପିଛା 25 ପଇସା ବଢିଛି । ବର୍ତ୍ତମାନ ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର 98.46 ଟଙ୍କା ଥିବାବେଳେ ଡିଜେଲ ଦର 88.90 ଟଙ୍କାରେ ବିକ୍ରି ହେଉଛି ।

ସାରା ଦେଶରେ ଇନ୍ଧନ ଦରରେ ମହଙ୍ଗା ମାଡ ପଡିଛି । ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଶନିବାର ମଧ୍ୟ ଉଭୟ ପେଟ୍ରୋଲ-ଡିଜେଲ ଲିଟର ପିଛା 35-35 ପଇସା ବୃଦ୍ଧି ହୋଇଥିଲା । ପ୍ରତିଦିନ ତୈଳ ମୂଲ୍ୟ ଲଗାତାର ଏକ ନୂଆ ଶିଖର ଛୁଉଁଛି । କେତେକ ରାଜ୍ୟରେ ପ୍ରତି ଲିଟର ପେଟ୍ରୋଲ 100 ଟଙ୍କାରେ ବିକ୍ରି ହେଉଛି । ଯାହାମଧ୍ୟରେ ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମଲନାଡୁ, କର୍ଣ୍ଣାଟକ, ଜାମ୍ମୁ-କାଶ୍ମୀର, ଲଦାଖ ପ୍ରମୁଖ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ରହିଛନ୍ତି । ରାଜ୍ୟ କର ଓ ସ୍ଥାନୀୟ ଶୁଳ୍କର ଭିନ୍ନତା ଯୋଗୁଁ ଭିନ୍ନ ଭିନ୍ନ ରାଜ୍ୟରେ ଦର ଭିନ୍ନ ରହିଛି ।

ବର୍ତ୍ତମାନ ଦେଶର ପ୍ରମୁଖ ମେଟ୍ରୋ ସିଟି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା 104.22 ଟଙ୍କାରେ ବିକ୍ରି ହେଉଥିବାବେଳେ ଡିଜେଲ ଦର 96.16 ଟଙ୍କା ରହିଛି । ସେହିପରି ଚେନ୍ନାଇରେ ପେଟ୍ରୋଲ 99.18 ଓ ଡିଜେଲ 93.22 ଟଙ୍କା ବିକ୍ରି ହେଉଛି । ବେଙ୍ଗାଲୁରୁରେ ମଧ୍ୟ 101.39 ପେଟ୍ରୋଲ ଲିଟର ଏବଂ ଡିଜେଲ 93.57 ଟଙ୍କା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.