ETV Bharat / business

ପ୍ରତି ଟ୍ରାଞ୍ଜାକ୍ସନରେ କ୍ୟାସବ୍ୟାକ୍ ଦେବ Paytm - ପେଟିଏମ

ଡିଜିଟାଲ ଇଣ୍ଡିଆର 6 ବର୍ଷ ପୂର୍ତ୍ତି ଅବସରରେ Paytm କମ୍ପାନୀର ବଡ ଘୋଷଣା । Paytm ମାଧ୍ୟମରେ ଟ୍ରାଞ୍ଜାକ୍ସନ କରୁଥିବା ସମସ୍ତ ବ୍ୟବସାୟୀ ଓ ଉପଭୋକ୍ତା ପାଇବେ କ୍ୟାସବ୍ୟାକ୍ । ଦେଶର 200 ଜିଲ୍ଲାରେ ଆରମ୍ଭ ହେବ ଏହି କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

Paytmର ପ୍ରତି ଟ୍ରାଞ୍ଜାକ୍ସନରେ ମିଳିବ କ୍ୟାସବ୍ୟାକ୍

author img

By

Published : Jul 2, 2021, 4:00 PM IST

ନୂଆଦିଲ୍ଲୀ: ଡିଜିଟାଲ ଇଣ୍ଡିଆର 6 ବର୍ଷ ପୂର୍ତ୍ତି ଅବସରରେ Paytm କମ୍ପାନୀର ବଡ ଘୋଷଣା । ସମସ୍ତ ଉପଭୋକ୍ତା ଏବଂ ବ୍ୟବସାୟୀଙ୍କ ପାଇଁ କ୍ୟାସବ୍ୟାକ୍ କାର୍ଯ୍ୟକ୍ରମ ଆରମ୍ଭ କରିଛି Paytm । ଯାହା ପାଇଁ 50 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । କ୍ୟାସବ୍ୟାକ ଅଫର ମାଧ୍ୟମରେ ସମସ୍ତ ଉପଭୋକ୍ତା ଏବଂ ବ୍ୟବସାୟୀ Paytm ରେ କରୁଥିବା ପ୍ରତି ଟ୍ରାଞ୍ଜାକ୍ସନରେ କ୍ୟାସବ୍ୟାକ ପାଇବେ । ଏଥିପାଇଁ 50 କୋଟି ଟଙ୍କା ବ୍ୟୟ କରାଯିବ । କର୍ଣ୍ଣାଟକ, କେରଳ, ତାମିଲନାଡୁ, ଆନ୍ଧ୍ରପ୍ରେଦଶ ଏବଂ ତେଲେଙ୍ଗାନାରେ ସ୍ବତନ୍ତ୍ର ଡ୍ରାଇଭ ସହ ଦେଶର ପ୍ରାୟ 200 ଜିଲ୍ଲାରେ ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ । ଶୁକ୍ରବାର Paytm କମ୍ପାନୀ ଏକ ବିବୃତ୍ତି ଜରିଆରେ ଏହା ଘୋଷଣା କରିଛି ।

ସାରା ଦେଶରେ ବ୍ୟବସାୟୀମାନେ ଡିଜିଟାଲ ପେମେଣ୍ଟ ପଦ୍ଧତି ଆପଣାଇ ଏବଂ Paytmର ଅଂଶ ଭାବେ ଡିଜିଟାଲ ଇଣ୍ଡିଆ ମିଶନରେ ପ୍ରମୁଖ ଭୂମିକା ନିଭାଇଛନ୍ତି । ଏନେଇ Paytm ବିବୃତ୍ତିରେ କହିଛି କି, କମ୍ପାନୀ ଚଳିତ ବର୍ଷ ଏହି କ୍ୟାସବ୍ୟାକ କାର୍ଯ୍ୟକ୍ରମ ପାଇଁ 50 କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରତିଶ୍ରୁତି ଦେଇଛି । ଯାହାଦ୍ବାରା ଦୈନନ୍ଦିନ ଜୀବନରରେ Paytm ବ୍ୟବହାର କରୁଥିବା 2 କୋଟି ବ୍ୟବସାୟୀ ଉପକୃତ ହେବ । ଏଥିସହ Paytm ମାଧ୍ୟମରେ ସର୍ବାଧିକ ସଂଖ୍ୟକ ଟ୍ରାଞ୍ଜାକ୍ସନ କରୁଥିବା ବ୍ୟବସାୟୀମାନେ ଦୀପାବଳି ପୂର୍ବରୁ ଶ୍ରେଷ୍ଠ ବ୍ୟବସାୟୀ ଭାବେ ସାର୍ଟିଫିକେଟ ସହ ପୁରସ୍କୃତ ହେବେ । ଏପରିକି ତାଙ୍କୁ ନିଃଶୁଳ୍କ ସାଉଣ୍ଡବକ୍ସ, IoT ଡିଭାଇସ ଭଲି ଅନେକ ପୁରସ୍କାର ମଧ୍ୟ ମିଳିବ ।

ସେହିପରି ଉପଭୋକ୍ତା, ଯିଏ କି ଦୋକାନରେ ପେମେଣ୍ଟ ପାଇଁ Paytm ଆପ ମାଧ୍ୟମରେ Paytm QR କୋଡ ସ୍କାନ କରିବେ ସେମାନେ ମଧ୍ୟ ପ୍ରତି ଟ୍ରାଞ୍ଜାକ୍ସନରେ କ୍ୟାସବ୍ୟାକ ପାଇବେ । ଡିଜିଟାଲ ଇଣ୍ଡିଆ ମିଶନରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି କରିଛି । ଡିଜିଟାଲ ଇଣ୍ଡିଆ ମିଶନର ସଭାପତି ତଥା ସିଇଓ ଅଭିଶେଖ ସିଂହ କହିଛନ୍ତି ଯେ ଗତ 6 ବର୍ଷ ଧରି ଭାରତକୁ ବିଶ୍ବ ଉଦ୍ଭାବନ ମାନଚିତ୍ରରେ ରଖିବା ପାଇଁ ଏହି ମିଶନ ନିଜ ସୀମା ପ୍ରସାର କରିଛି । Paytmର ନିଶ୍ଚିତ କ୍ୟାସବ୍ୟାକ ଅଫର ଭାରତର ଲକ୍ଷ ଲକ୍ଷ ବ୍ୟବସାୟୀଙ୍କୁ ଡିଜିଟାଲ ପେମେଣ୍ଟ ଉପରେ ବିଶ୍ବାସ କରିବାକୁ, ଉଦ୍ଭାବନର ପଥରେ ଆଗେଇବାକୁ ଏବଂ କ୍ୟାସଲେସ୍ ଅର୍ଥନୀତିରେ ସହଯୋଗ କରିବାକୁ ପ୍ରୋତ୍ସାହିତ କରିବ ।

ଉଲ୍ଲେଖଯୋଗ୍ୟ, ଭାରତର ବିକାଶକୁ ଗତି ଦେବାକୁ 2015 ମସିହା ଜୁଲାଇ 1 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିଜିଟାଲ ଇଣ୍ଡିଆ ମିଶନ ଲଞ୍ଚ କରିଥିଲେ । ଏହି ମିଶନ ଜନସାଧାରଣଙ୍କୁ ବୈଷୟିକ ଭାବେ ସଶକ୍ତ କରିବା ସହ ରାଷ୍ଟ୍ର ଅର୍ଥନୀତିର ସୁଦୃଢୀକରଣରେ ମଧ୍ୟ ସହଯୋଗ କରୁଛି ।

@PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.