ETV Bharat / business

ବଜାରରେ ରେକର୍ଡ ହ୍ରାସ, 50 ହଜାର ତଳେ ସେନସେକ୍ସ - ବଜାର ହାଲଚାଲ

ଲଗାତାର 4 ଦିନ ଧରି ଖସିଚାଲିଛି ସେୟାର ସୂଚକାଙ୍କ । ସେନସେକ୍ସ 50 ହଜାର ତଳେ ରହିଥିଲାବେଳେ ନିଫ୍ଟି ଆଜି 189.15 ପଏଣ୍ଟ କମିଛି । ଅଧିକ ପଢନ୍ତୁ..

ବଜାରରେ ରେକର୍ଡ ହ୍ରାସ,  50 ହଜାର ତଳେ ସେନସେକ୍ସ

author img

By

Published : Mar 17, 2021, 5:51 PM IST

ମୁମ୍ବାଇ: ବୁଧବାର ବଡ ହ୍ରାସ ସହ ବନ୍ଦ ହୋଇଛି ସେୟାର ବଜାର । କାରବାର ସପ୍ତାହର ପ୍ରଥମ ଦିନରୁ ରେଡ ଆଲର୍ଟରେ ବନ୍ଦ ହେଉଛି ବଜାର । ଫେଡରାଲ ରିଜର୍ଭର ମୁଦ୍ରାନୀତି ସମୀକ୍ଷା ପରିଣାମ ଆସିବା ପୂର୍ବରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଏଚଡିଏଫସି ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କ ହ୍ରାସର ସହ ବନ୍ଦ ହୋଇଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 562.34 ପଏଣ୍ଟ ହ୍ରାସ ହୋଇ 49,801.62 ପଏଣ୍ଟରେ ବନ୍ଦ ହୋଇଛି । ଯାହାକି 2 ସପ୍ତାହର ସର୍ବନିମ୍ନ ସ୍ତର । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 189.15 ପଏଣ୍ଟ କମି 14,721.30 ପଏଣ୍ଟରେ ବନ୍ଦ ହୋଇଛି ।

ସେନସେକ୍ସର 30 କମ୍ପାନୀ ମଧ୍ୟରେ କେବଳ 4 କମ୍ପାନୀକୁ ବାଦ ଦେଇ ଅନ୍ୟ ସମସ୍ୟ ସେୟାର ରେଡ ଆଲର୍ଟରେ ବନ୍ଦ ହୋଇଛି । ଯେଉଁ କମ୍ପାନୀର ସେୟାର ବୃ୍ଦ୍ଧିରେ ବନ୍ଦ ହୋଇଛି, ସେଥିରେ ଇମ୍ଫୋସିସ, ଏଚଡିଏଫସି ଓ ଟିସିଏସ ରହିଛି । ପୁରା ଦିନର କାରବାରରେ ସେନସେକ୍ସ 50,561.12 ପଏଣ୍ଟର ସର୍ବୋଚ୍ଚ ଓ ସର୍ବନିମ୍ନ 49,718.65 ପଏଣ୍ଟ ଛୁଇଁଥିଲା ।

ଦେଶର ବିଭିନ୍ନ ସ୍ଥାନରେ କୋଭିଡ-19 ମାମଲା ବୃଦ୍ଧିକୁ ନେଇ ଚିନ୍ତା ଓ ମୁଦ୍ରାସ୍ପୀତି ବଢିବା ଦ୍ବାରା ନିବେଶକଙ୍କ ଧାରଣ ପ୍ରଭାବିତ ହୋଇଛି । ଏଥିମଧ୍ୟରେ ବୈଶ୍ବିକ ତେଲ ମାନକ ବ୍ରେଣ୍ଟ କ୍ରୁଡ 0.89 ପ୍ରତିଶତ ହ୍ରାସ ସହ ବ୍ୟାରେଲ ପ୍ରତି 67.78 ଡଲାରରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.