ନୂଆଦିଲ୍ଲୀ: ଗୁରୁବାର ରେଡ ଆଲର୍ଟରେ ବନ୍ଦ ସେୟାର ବଜାରରେ ଶୁକ୍ରବାର ପୁଣି ଫେରିଲା ଅଭିବୃଦ୍ଧି । ଜୋରଦାର ପ୍ରଫିଟ ସହ ଆଜି କାରବାର ବନ୍ଦ ହୋଇଛି । ନିଫ୍ଟି 10 ହଜାର ପାର କରିଥିଲା ବେଳେ ସେନସେକ୍ସ 307 ପଏଣ୍ଟ ବଢିଛି ।
ଶୁକ୍ରବାର ବ୍ୟାଙ୍କିଙ୍ଗ ସେକ୍ଟର ସେୟାର ସୂଚକାଙ୍କ ଉପରମୁହାଁ ରହିଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସୂଚକାଙ୍କ ସେନସେକ୍ସ 306.54 ପଏଣ୍ଟ ବୃଦ୍ଧି ପାଇ 34,287.24ରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 113.05 ପଏଣ୍ଟ ବୃଦ୍ଧ ପାଇ 10,142.15 ପଏଣ୍ଟରେ କାରବାର ଶେଷ କରିଛି ।
ଆଜିର କାରବାର ମଧ୍ୟରେ ସନେସେକ୍ସର 30ରୁ 21 ସେୟାର ଉପରମୁହାଁ ରହିଛି । ସେପଟେ ନିଫ୍ଟିର 50 ସେୟାର ମଧ୍ୟରୁ 40 ସେୟାରେ ଭଲ ପ୍ରଫିଟ ରହିଛି ।
ଏପଟେ ଡଲାର ତୁଳନାରେ ଟଙ୍କାର ବିନିମୟ ମୁଲ୍ୟ 75.58 ଟଙ୍କା ରହିଛି ।