ନୂଆଦିଲ୍ଲୀ: ଶନିବାର ଦେଶର ସର୍ବବୃହତ୍ତ କାର କମ୍ପାନୀ ମାରୁତି ସୁଜୁକି ଲଞ୍ଚ କରିଛି ତାର ନୂଆ ମଡେଲ ସିଆଜ ଏସ (Ciaz S) । ମଧ୍ୟମ ଆକାରର ଏହି ପ୍ରିମିୟମ ସେଡାନ ସିଆଜରର ସ୍ପୋର୍ଟସ ସଂସ୍କରଣ । ଦିଲ୍ଲୀ ସୋରୁମରେ ଏହାର ଦାମ 10.08 ଲକ୍ଷ ଟଙ୍କା ରହିଛି ।
କମ୍ପାନୀ ଏ ନେଇ କହିଛି ଯେ, ସେ ଭାରତ ବିଏସଇ-6 ମାନକର ଅନୁକୂଳ ସିଆଜ ମଧ୍ୟ ଆଣିଛି । ଯାହାର ଦାମ .31 ଲକ୍ଷରୁ 11.09ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । ଭାରତ ବିଏସଇ-6 ମାନକ ଏପ୍ରିଲ ପହିଲାରୁ ଲାଗୁ ହେବ ।
ଏହାକୁ ମିଶାଇ କମ୍ପାନୀ ଏବେ ସୁଦ୍ଧା 11 କଡା emission ମାନକକୁ ଆଣିସାରିଛି । ମାରୁତି ସୁଜୁକି ଇଣ୍ଡିଆର କାର୍ଯ୍ୟକାରୀ ନିର୍ଦ୍ଦେଶକ(ବିତରଣ ଏବଂ ବିକ୍ରି) ଶଶାଙ୍କ ଶ୍ରୀବାସ୍ତବ କହିଚନ୍ତି ଯେ, ସିଆଜର ନିଜର ବ୍ଲକରେ 29 ପ୍ରତିଶତ ବଜାର ଭାଗୀଦାର ଓ 2.7 ଲକ୍ଷ ଉପଭୋକ୍ତା ରହିଥାନ୍ତି । ଆମ ଗ୍ରାହକ ସିଆଜର ସ୍ପୋର୍ଟି ସଂସ୍କରଣ ଚାହୁଁଛନ୍ତି ।