ETV Bharat / business

ପ୍ରଫିଟରେ ପୂରା ସପ୍ତାହ, ନୂଆ ରେକର୍ଡରେ ସେନସେକ୍ସ-ନିଫ୍ଟି

author img

By

Published : Dec 18, 2020, 6:27 PM IST

ଚଳିତ କାରବାର ସପ୍ତାହର ସବୁ ଦିନ ସବୁଜରେ ବନ୍ଦ ହୋଇଛି ପୁଞ୍ଜି ବଜାର । ଶୁକ୍ରବାର ମଧ୍ୟ ସେନସେକ୍ସ ଉପରମୁହାଁ ସହ ନୂଆ ରେକର୍ଡରେ ପହଞ୍ଚିଛି । ଅଧିକ ପଢନ୍ତୁ..

ପ୍ରଫିଟରେ ପୂରା ସପ୍ତାହ, ନୂଆ ରେକର୍ଡରେ ସେନସେକ୍ସ-ନିଫ୍ଟି
ପ୍ରଫିଟରେ ପୂରା ସପ୍ତାହ, ନୂଆ ରେକର୍ଡରେ ସେନସେକ୍ସ-ନିଫ୍ଟି

ମୁମ୍ବାଇ: ଲଗାତାର 6 ଦିନ ଧରି ଘରୋଇ ବଜାରରେ ଜାରି ରହିଛି ଅଭିବୃଦ୍ଧି । ସେନସେକ୍ସ 70 ପଏଣ୍ଟ ବଢିବା ସହ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଇମ୍ଫୋସିସ, ଆଇସିଆଇସିଆଇ ବ୍ୟାଙ୍କ, ଟିସିଏସ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସେୟାରରେ ଲାଭ ଯୋଗୁଁ ବଜାର ଧାରଣାକୁ ବଳ ମିଳିଛି ।

କାରବାର ସପ୍ତାହର ଶେଷ ଦିନରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧିରିତ ସେନସେକ୍ସ କାରବାର ମଧ୍ୟରେ 47,026.02 ପଏଣ୍ଟ ସହ ଏହାର ସର୍ବକାଳୀନ ସ୍ତରରେ ପହଞ୍ଚିଛି । ତେବେ କାରବାର ଶେଷ ସୁଦ୍ଧା ସେନସେକ୍ସ70.35 ପଏଣ୍ଟ ବଢି 46,960.69 ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି 19.85 ପଏଣ୍ଟ ବୃଦ୍ଧି ସହ 13,760.55 ପଏଣ୍ଟରେ ଏହାର ନୂଆ ରେକର୍ଡରେ ପହଞ୍ଚିଛି ।

ସେନସେକ୍ସର କମ୍ପାନୀ ମଧ୍ୟରେ ଇମ୍ଫୋସିସର ସେୟାର ସର୍ବାଧିକ 3 ପ୍ରତିଶତ ଚଢିଛି । ବଜାଜ ଅଟୋ, ଏସବିଆଇ, ଆଇସିଆଇସିଆଇ ବ୍ୟାଙ୍କ, ଏଚସିଏଲ ଟେକ, ଟାଇଟନ ଓ ଏସିଆନ ପେଣ୍ଟସର ସେୟାର ମଧ୍ୟ ଲାଭରେ ରହିଛି । ସେପଟେ ଇଣ୍ଡସାଇଡ ବ୍ୟାଙ୍କ, ଓଏନଜିସି, ଏଚଡିଏଫସି ବ୍ୟାଙ୍କ, ମାରୁତି ଓ ବଜାଜ ଫିନସର୍ଭ ସେୟାର ତଳମୁହାଁ ଅଛି ।

ସେୟାର ବଜାରର ଅସ୍ଥାୟୀ ତଥ୍ୟ ଅନୁସାରେ ବିଦେଶୀ ପୋର୍ଟୋଫୋଲିଓ ନିବେଶକ ଗୁରୁବାର 2,355.25 କୋଟି ଟଙ୍କାର ସେୟାର କିଣିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.