ନୂଆଦିଲ୍ଲୀ: କଲ୍ୟାଣ ଜୁଏଲର୍ସ ଇଣ୍ଡିଆ ଲିମିଟେଡକୁ ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ଜରିଆରେ ପାଖାପାଖି 1,750 କୋଟି ଟଙ୍କା ଏକଜୁଟ କରିବା ପାଇଁ ବଜାର ନିୟାମକ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(ସେବି) ପକ୍ଷରୁ ଗ୍ରୀନ ସିଗନାଲ ମିଳିଛି ।
କମ୍ପାନୀ ଦ୍ବାରା ଦାଖଲ draft red herring prospectus (DRHP) ଅନୁସାରେ ଆଇପିଓ ଅଧିନରେ 1,000 କୋଟି ଟଙ୍କା ପର୍ଯ୍ୟନ୍ତର ନୂଆ ଇକ୍ୟୁଟି ସେୟାର ଜାରି କରିବା ଓ 750 କୋଟି ଟଙ୍କାର ରହିଥିବା ସେୟାର ବିକ୍ରି ଅଫର ( ଓଏଫଏସ ) ଜରିଆରେ ଏକତ୍ର ପାଇଁ ଯୋଜନା ରହିଛି ।
କଲ୍ୟାଣ ଜୁଏଲର୍ସର ପ୍ରମୋଟର ଟି ଏସ କଲ୍ୟାଣରମନ 250 କୋଟି ଟଙ୍କାର ସେୟାର ବିକ୍ରି କରିବେ । ଯେତେବେଳେ କି ହାଇଡେଲ ଇନଭେଷ୍ଟମେଣ୍ଟ ଲିମିଟେଡ ଓଏଫଏସ ଜରିଆରେ 500 କୋଟି ଟଙ୍କା ପର୍ଯ୍ୟନ୍ତ ସେୟାର ବିକ୍ରି କରିବ । କଲ୍ୟାଣ ଜୁଏଲର୍ସ ସୋନା ଓ ଅନ୍ୟ ଗହଣାର ବିକ୍ରି କରିଥାଏ ।